ବୁଗୁଡା ବ୍ଳକର ଜଣେ ଯୁବ ଶିକ୍ଷକଙ୍କ ଦେହାନ୍ତ

0
641

ବୁଗୁଡା (ନ୍ୟୁଜଏକ୍ସଟ୍ରା) ବୁଗୁଡା ବ୍ଲକ ଅନ୍ତର୍ଗତ କୁଶପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୦୧୮ ମସିହାରୁ ଶିକ୍ଷକତା କରୁଥିବା ଯୁବ ସହକାରୀ ଶିକ୍ଷକ ଟି. ମୁରଲୀଙ୍କ ମଇ ୧୨ ତାରିଖ ଦିନ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦିବା ପ୍ରାୟ ୧୧ ଘଣ୍ଟା ସମୟରେ ୩୧ ବର୍ଷ ବୟସରେ ଦେହାନ୍ତ ହୋଇଥିବା ଜଣାପଡିଛି। ୧୯୯୦ ମଇ ୩୦ ତାରିଖରେ ଗୋପାଳପୁର ସହରରେ ଜନ୍ମଗ୍ରହଣ କରିଥିବା ଟି.ମୁରଲୀ ୨୦୧୯ରେ ବିବାହ କରି ବୁଗୁଡା ବ୍ଲକ କଲୋନୀରେ ଘର ଭଡାନେଇ ନିଜ ଧର୍ମପତ୍ନୀ ଓ ଦେଢ ବର୍ଷର ଝିଅ ସହ ରହୁଥିଲେ। ଜ୍ୱର ଓ କାଶ ହେବା ଯୋଗୁଁ ସେ ପରିବାର ସହ ନିଜ ଗୋପାଳପୁରକୁ ଚାଲି ଯାଇଥିଲେ। ଗୋପାଳପୁରରେ ସେ କୋଭିଡ଼ି ଟେଷ୍ଟ କରିଥିବା ବେଳେ ଗତ କାଲି ଶ୍ଵାସରୂଦ୍ଧ ଲାଗି ଅମ୍ଳଜାନ ସ୍ତର କମିବା ଯୋଗୁଁ ରାତ୍ରରେ ବ୍ରହ୍ମପୁର ବଡ ମେଡ଼ିକାଲର କାଜୁଏଲଟିରେ ଭର୍ତ୍ତି ହୋଇଥିଲେ। ସେଠାରେ ଅମ୍ଳଜାନ ଦେବାପରେ ଟିକେ ସୁସ୍ଥ ଅନୁଭବ କରିଥିବା ବିଷୟ କୁଶପଲ୍ଲୀର ଶିକ୍ଷକଙ୍କ ସହ ଫୋନରେ କଥା ହେବା ସକାଳ ୧୦ ଟା ସମୟରେ ସେ ନିଜେ କହିଥିଲେ। ହେଲେ କାଜୁଏଲଟିରେ ହିଁ ସକାଳ ୧୧ ଟା ପୂର୍ବରୁ ଟି.ମୁରଲୀ ଙ୍କ ପ୍ରାଣବାୟୁ ଚାଲିଯାଇଥିଲା। ମଇ ୬ ତାରିଖ ଦିନ ବୁଗୁଡା ବ୍ଳକର ଭାଗବାନପୁର ଉନ୍ନତି ଉଚ୍ଚ ବିଦ୍ୟାଳୟର ଜଣେ ଯୁବ ଶିକ୍ଷକ କୋଭିଡ଼ି ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ବେଳେ ୧୨ ତାରିଖ ଦିନ ଆଉଜଣେ ଯୁବ ଶିକ୍ଷକ ମଧ୍ୟ କୋଭିଡରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଖବର ପ୍ରଚାର ହେବାପରେ ଶିକ୍ଷକ ମହଲ ସହ କୁଶପଲ୍ଲୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଇଓ ପ୍ରଶନ କୁମାର ବେହେରା, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ଶିକ୍ଷକ ସଂଘର କର୍ମକର୍ତ୍ତା ବୃନ୍ଦ ସମବେଦନା ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here