ବିଜେଡି ର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ । ( ୨୫୦୦ ରୁ ଉର୍ଦ୍ଧ୍ବ ବିରୋଧୀ ନେତା ଓ କର୍ମୀ ବିଜେଡ଼ି ରେ)

0
281

ପୋଲସରା: ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ ସେପ୍ଟେମ୍ବର ୫ ତାରିଖ ଦିନ ପୋଲସରା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ୨୫୦୦ ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ ସମେତ ବହୁ ନିର୍ବାଚିତ ଜନପ୍ରତିନିଧି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଓଡିଶାର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ସଙ୍ଗଠନକୁ ମଜବୁତ୍ କରିବା ନିମନ୍ତେ ବିଜେପି ଓ କଂଗ୍ରେସ ଛାଡିଥିବା ନବାଗତ କର୍ମୀ ମାନଙ୍କୁ ସ୍ଵାଗତ କରିଥଲେ। ପୋଲସରା ନିର୍ବାଚନମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବରେ ପୋଲସରା ଏନ୍ଏସି ର ପୂର୍ବତନ ନଗରପାଳ ସୌଦାମିନୀ ସାହୁ, ଦୁର୍ଯୋଧନ ସାହୁ,ପୂର୍ବତନ ନଗର ବିଜେପି ସଭାପତି ନାରାୟଣ ସାହୁ, ନବନିର୍ବାଚିତ ବିଜେପି କାଉନସିଲର, ପୂର୍ବତନ କାଉନସିଲର ଓ ପରାଜିତ ବିଜେପି କାଉନସିଲର ପ୍ରାର୍ଥୀ, ଯୁବ ସଂଗଠକ ଭାସ୍କର ନାହାକ, ଜଗା ଡ଼ାଙ୍ଗୁଆ, ସୁନିଲ କୁମାର ସାହୁଙ୍କ ସମେତ ଶତାଧିକ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଥିଲେ। ସେହିପରି ପୋଲସରା ବ୍ଲକର ଚିରିକିପଡା ଶାସନ ପଞ୍ଚାୟତର ସରପଞ୍ଚ ଭଗବାନ ସାହୁ, ସମିତି ସଭ୍ୟ ରଞ୍ଜନ କୁମାର ସାହୁ, ସଚିଦାନନ୍ଦ ପ୍ରଧାନ, ଗଣପତି ସାହୁ, ଗନ୍ତାୟତ ପ୍ରଧାନ, ପ୍ରଦୀପ ସାହୁ, ଭଗବାନ ସାହୁ, ନାରାୟଣ ସାହୁଙ୍କ ସମେତ ନବ ନିର୍ବାଚିତ ୧୬ଟି ୱାର୍ଡ଼ ସଭ୍ୟ, ମାଳ ତେନ୍ତୁଳିଆ ପଞ୍ଚାୟତର ସରପଞ୍ଚ ଅସ୍ପତ୍ ରାଉତଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ, ନିମିନା ବିଜେପି ମଣ୍ଡଳ ସଭାପତି ଲଡୁ କିଶୋର ସାହୁ, ଦେବରାଜ ସେଠୀ, ସନ୍ତୋଷ ସେଠୀ, ତ୍ରିବେଣୀ ସାହୁ, ମଧୂପଲ୍ଲୀ ପଞ୍ଚାୟତର ମନୋରଞ୍ଜନ ଜେନା, ଭାବରଡା ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ବିଷୋୟୀ, ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତର ସମିତିସଭ୍ୟା ଅଳକା ନନ୍ଦ, ପ୍ରତିନିଧି ସୀମାଞ୍ଚଳ ନନ୍ଦ, ଅରଖପୁର ପଞ୍ଚାୟତର ସରପଞ୍ଚ ମିନତୀ ମଲ୍ଲିକ, ସମିତିସଭ୍ୟା ଶାନ୍ତିଲତା ସ୍ବାଇଁ ପ୍ରମୁଖଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ସମର୍ଥକ ଏକ ଶୋଭାଯାତ୍ରାରେ ବାହାରି ମହାମିଶ୍ରଣ ପର୍ବ ସ୍ଥଳରେ ପହଞ୍ଚି ଥିଲେ । ମହାମିଶ୍ରଣ ପର୍ବ ସ୍ଥଳରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ବିଜେଡି ନେତୃବୃନ୍ଦ ନବାଗତଙ୍କୁ ସ୍ଵାଗତ କରିଥିଲେ । ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ମହାମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ସଭାପତି ମଦନ ଗୋପାଳ ଦୋରା, ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପୋଲସରା ବ୍ଲକ୍ ଅଧ୍ୟକ୍ଷ କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ପୋଲସରା ଏନ୍ଏସି ଅଧ୍ୟକ୍ଷ ସଙ୍ଗୀତା କୁମାରୀ ବେହେରା, ଉପାଧ୍ୟକ୍ଷ ସନ୍ତୋଷ ବେହେରା, ବୁଗୁଡ଼ା ନଗରପାଳ ଚିତ୍ରସେନ ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟ ବୃନ୍ଦ ବିକ୍ରମ କୁମାର ନାୟକ, ଅଶୋକ କୁମାର ବିଷୋୟୀ, ଝୁନୁ ଦାସ ଓ ଗଙ୍ଗପାଣି ଜେନା, ପୋଲସରା ଏନଏସି ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ପୂର୍ବତନ ବୁଗୁଡା ବ୍ଲକ ଅଧ୍ୟକ୍ଷ ଟୁକୁନା ସ୍ବାଇଁ, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ପୋଲସରା ବ୍ଲକ୍ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ସଂଯୁକ୍ତା ବାଡତ୍ୟା, ନଗର ସଭାନେତ୍ରୀ କନକ ରାଉତ, ବୁଗୁଡ଼ା ନଗର ସଭାପତି କେ.ତ୍ରିଲୋଚନ ଦୋରା, ପୋଲସରା ନଗର ସଭାପତି ରଞ୍ଜିତ କୁମାର ସାହୁ, ରାମନାରାୟଣ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ମିଶ୍ରଣ ପର୍ବରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବିଜେପି ଦଳ ଛାଡି ଥିବା ଘୁମୁସର ଜିଲ୍ଲା ଯୁବ ସଭାପତି ପ୍ରମୋଦ କୁମାର ପଣ୍ଡା ।ସେ ଜଣେ ସମାଜସେବୀ, ଯୁବ ସଙ୍ଗଠକ ଓ ଆଗଧାଡିର ଟାଣୁଆ ନେତା। ସେ ବିଜେଡିରେ ମିଶିବା ପରେ ତାଙ୍କର କାର୍ଯ୍ୟ ଦକ୍ଷତାକୁ ଦେଖି ବିଜେଡି ଦଳ ପକ୍ଷରୁ ତାଙ୍କୁ ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଜେପି ଯେପରି ଭାବେ ଅସମ୍ମାନ କରିଥିଲା ତାର ଉପଯୁକ୍ତ ମୁକାବିଲା ପାଇଁ ପ୍ରମୋଦ ବାବୁ ବିଜେଡିରେ ମିଶି ଏହି ମହମିଶ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଓ ସମ୍ପାଦକ ଅଶୋକ କୁମାର ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ ।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here