କୋଭିଡ୍‌ ଭୟରେ ମୃତଦେହ ପାଖ ମାଡିଲେନି ପରିବାର ଲୋକେ , ଉପଜିଲାପାଳ କଲେ ଶବ ସତ୍କାର

0
388

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଯେତେ ବି ବଡ ପଦବୀରେ ରହନ୍ତୁନା କାହିଁକି କିନ୍ତୁ ମଣିଷ ପଣିଆ ଏବେ ବି ରହିଛି | କୁହାଯାଏ କି ଯେତେବେଳେ ମଣିଷ ବଡ ପଦବୀ କିମ୍ବା ଧନ ଦୌଲତ ର ଅଧିକାରୀ ହୋଇଥାଏ ସେତେବେଳେ ତାଙ୍କ ଠାରେ ମାନବିକତା ହଜିଯାଏ କିନ୍ତୁ ତାର ବିପରୀତ କରି ଦେଖେଇଛନ୍ତି ପ୍ରଶାସନିକ ସ୍ତରର ଜଣେ ଉଚ୍ଚ ପଦସ୍ତ ଅଧିକାରୀ ସେ ଆଉ କେହି ନୁହଁନ୍ତି, ଭଞ୍ଜନଗର ଉପଖଣ୍ଡ ର ଉପଜିଲ୍ଲାପାଳ ଶ୍ରୀ ଯୁକ୍ତ ରାଜେନ୍ଦ୍ର ମିଂଜ଼ | ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି ଯେ କୋଭିଡ କିମ୍ବା କୋଭିଡ ସନ୍ଦିଗ୍ଧ ରେ ମୃତ୍ୟୁ ହେଲା ପରେ ପରିବାର ଲୋକ ମୁହଁ ଫେରେଇ ନେଉଛନ୍ତି | ଗତ କାଲି ରାତ୍ର ରେ ସେମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଭଞ୍ଜନଗର ସ୍ଥିତ ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର ବା ଡିସିଏଚସି ରେ, ଭଞ୍ଜନଗର ଲଣ୍ଡେଇ ସାହି ବାସିନ୍ଦା କାଳୀ ଚରଣ ସାହୁ, ବୟସ 65 କୋଭିଡ ସଂଦିଗ୍ଦ ରେ ମୃତ୍ୟୁପରେ ପରିବାର ଲୋକ ଯଥା ଆସିଥିବା ସ୍ତ୍ରୀ, ଝିଅ, ବୋହୁ ଶବ ନେବାକୁ ମନା କରିଦେଇଥିଲେ, ଶବ ପଡି ରହିବା ଖବର ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ପରେ ନିଜେ ଉପଜିଲ୍ଳାପାଳ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବିଶ୍ୱଜିତ ସେଠୀ, ଫକୀର ମୋହନ ସ୍ୱାଇଁ, କନିଷ୍ଠ ରାଜସ୍ବ ସହାୟକ ବଳରାମ ଜାନି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ସେଠୀ ମିଳିତ ଭାବେ ଉପଜିଲ୍ଲାପାଳଙ୍କ ସହ ଶବ ଉଠେଇବା ସହ ସହରର ଶେଷ ଭାଗରେ ଥିବା ସ୍ମସାନରେ ରାତ୍ର ପ୍ରାୟ 12.30 ମିନିଟ ସମୟ ରେ ଶବଶତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି | ପରିବାର ଵର୍ଗ କରୋନା ସନ୍ଦେହ କରି ଶବ ପାଖ ଯାଇ ନ ଥିବା ବେଳେ ଖୋଦ ଉପଜିଲ୍ଲାପାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ କାର୍ଯ୍ୟାଳୟର ରାଜସ୍ବ ସହାୟକ ଯେଉଁ ଭଳି ଭାବେ ପରିଚୟ ଦେଇଛନ୍ତି ନିଶ୍ଟିତ ଭାବେ ପ୍ରଶଂସାର ପାତ୍ର | ଉପଜିଲ୍ଲାପାଳଙ୍କ ଏହି ମଣିଷ ପଣିଆ ଦେଖି ଅଞ୍ଚଳ ବାସୀ ଭୂରୀ ଭୂରୀ ପ୍ରଶଂସା କରିଛନ୍ତି | ମୃତ୍ୟୁ କାଳୀ ଙ୍କ ଭଉଣୀ ମଧ୍ୟ ବର୍ତ୍ତମାନ ଡିସିଏଚସି ରେ ଚିକିତ୍ସିତ ଥିବା ସୂଚନା ରହିଛି | ଉପଖଣ୍ଡ ଡାକ୍ତରଖାନା ର ହସ୍ପିଟାଲ ମେନେଜର ବିଚିତ୍ର କୁମାର ପାଣିଗ୍ରାହୀ ରାତିରେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ |

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here