ଗଞ୍ଜାମ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ନିବେଦନ

0
251

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲାକୁ କରୋନା ଦାଉରୁ ମୁକ୍ତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ନିବେଦନ କରି ଜଣାଇଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ କରୋନାର ପ୍ରକୋପରୁ ନିଜକୁ ବଞ୍ଚାଇବାକୁ ହେଲେ ସମସ୍ତେ ଘରେ ରୁହନ୍ତୁ । ନିହାତି ଏବଂ ଅତି ଜରୁରି ନହେଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ଯଦି ଅତି ଜରୁରି କାମରେ ବାହାରକୁ ଯାଉଛନ୍ତି ତେବେ ମାସ୍କ ନିଶ୍ଚିତ ଓ ଠିକ୍ ରୂପେ ପିନ୍ଧନ୍ତୁ । ମାସ୍କ ହିଁ ଆପଣଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରିବା କବଚ ।
ବ୍ୟବସାୟୀ ମାନଙ୍କୁ ଅନୁରୋଧ ସେମାନେ ଦୋକାନ ଖୋଲିବା ବେଳେ ପଞ୍ଚସୂତ୍ରୀ ନିୟମର କଡା ପାଳନ କରନ୍ତୁ । ପଞ୍ଚସୂତ୍ରୀ ନିୟମ ପାଳନ କରିବା ଦ୍ବାରା ଆପଣ ସଂକ୍ରମଣକୁ ରୋକିପାରିବେ ।
ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଟିକାଦାନ କାର୍ଯ୍ୟକ୍ରମ ଚାଲିଛି । ଟିକା ନେବାକୁ ଅନ୍ ଲାଇନ୍ ରେ ରେଜିଷ୍ଟ୍ରେସନ୍ କରନ୍ତୁ । ଯେଉଁ ସ୍ଲଟ୍ ଆସୁଛି ସେହିଦିନ ଏବଂ ସେହି ସମୟରେ ଆସି ଟିକା ନିଅନ୍ତୁ । ଆପଣଙ୍କ ସୁବିଧା ସକାଶେ ମହାନଗର ନିଗମ ଅଞ୍ଚଳରେ ସମସ୍ତ ବ୍ୟବସ୍ଥା କରାଯାଇଛି । ସେଠାରେ ଅଯଥାରେ ଯାଇ ଗହଳି କରନ୍ତୁ ନାହିଁ ।
ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଆସନ୍ତା କାଲି ଠାରୁ ମୋବାଇଲ୍ ଭେହିକିଲ୍ ଦ୍ବାରା ଲୋକଙ୍କ ଚାହିଦା ଅନୁସାରେ ଆପଣଙ୍କ ଅଞ୍ଚଳକୁ ମୋବାଇନ୍ ଗାଡି ଯାଇ କୋଭିଡ୍ ଟେଷ୍ଟ କରିବ । ତାହାର ସୁଯୋଗ ନେବାପାଇଁ ବ୍ରହ୍ମପୁର ବାସୀଙ୍କୁ ଅନୁରୋଧ ।
ଗ୍ରାମାଞ୍ଚଳର ସମସ୍ତ ପି.ଏଚ୍.ସି. / ସି.ଏଚ୍.ସି. ଏବଂ ଏସ୍. ଡି.ଏଚ୍. ରେ ଆଇସୋଲେସନ୍ ସୁବିଧା ଥାଇ ସମସ୍ତ ବେଡ୍ ରେ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି । ଏଣୁ ଗ୍ରାମାଞ୍ଚଳ ଲୋକଙ୍କୁ ଅନୁରୋଧ ସେମାନେ ସିଧା ସଳଖ ବ୍ରହ୍ମପୁର ଏମ୍.କେ.ସି.ଜି. କୁ ଆସନ୍ତୁ ନାହିଁ । ଆପଣଙ୍କ ନିକଟରେ ଥିବା ପି.ଏଚ୍.ସି. / ସି.ଏଚ୍.ସି. ଏବଂ ଏସ୍. ଡି.ଏଚ୍. କୁ ଯାଇ ଚିକିତ୍ସିତ ହୁଅନ୍ତୁ । ସେଠାରେ ଡାକ୍ତରଗଣ ଆପଣଙ୍କର ଚିକିତ୍ସା କରିବେ । ସେଠାରେ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ଡାକ୍ତର ରେଫର୍ କଲେ ଆପଣଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି. କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯିବ । ଏଣୁ ଅନୁରୋଧ ପ୍ରଥମେ ଆପଣ ଗାଁ ନିକଟରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାର ସୁବିଧା ନିଅନ୍ତୁ ।

LEAVE A REPLY

Please enter your comment!
Please enter your name here