କୋଦଳା ଏନଏସି ରେ ବିଜେପି ପକ୍ଷରୁ ଅଧକ୍ଷ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ସୂର୍ଯ୍ୟ ନାରାୟଣ

0
330

ବେଗୁନିଆପଡା: ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ଅଧିକାଂଶ ପ୍ରାର୍ଥୀ, ପ୍ରାର୍ଥିନୀ ଆଜି ନିଜ ନିଜ ର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେହିପରି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ବିଜେପି ପକ୍ଷରୁ ଅଧକ୍ଷ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି କୋଦଳାର ଯୁବ ସମାଜସେବୀ ତଥା ସାମ୍ବାଦିକ ଏବଂ ବ୍ୟବସାୟୀ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ । ଗତକାଲି ବିଜେପି ପକ୍ଷରୁ ସୂର୍ଯ୍ୟଙ୍କୁ ଅଧ୍ଯକ୍ଷ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଆଜି ବିଜେପି ନେତା ଶ୍ରୀ ରଞ୍ଜନ କୁମାର ପଲେଇ ଙ୍କ ନେତୃତ୍ଵରେ ଦଣ୍ଡିଶ୍ୱର ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି କୋଦଳା ସହର ପରିକ୍ରମା କରିବା ସହିତ ସମସ୍ତ କାଉନସିଲର ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ସମେତ ଅଧ୍ଯକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୂର୍ଯ୍ୟ ନାରାୟଣ ନାୟକ । ଶେଷ ଦିନରେ କୋଦଳା ଏନଏସି ରେ ୨୯ କାଉନସିଲର ଓ ୪ ଅଧ୍ଯକ୍ଷ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି ।ସୂଚନା ମୁତାବକ ବିଜେପି, ବିଜେଡି, କଂଗ୍ରେସ ଦଳ ଦଳୀୟ ପ୍ରାର୍ଥୀ ଦେଇଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ମଧ୍ଯ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେପି ଅଧକ୍ଷ ପ୍ରାର୍ଥୀ ଭୋଟରଙ୍କୁ ସଚେତନ କରାଇବା ସହ ସ୍ବଚ୍ଛ, ଓ ଦୁର୍ନୀତି ମୁକ୍ତ ସହର ଗଠନ କରିବା ପାଇଁ ବିଜେପିକୁ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବେ ବୋଲି କହିଛନ୍ତି ସୂର୍ଯ୍ୟ ନାରାୟଣ । ଏଠାରେ ବିଜେଡି, ବିଜେପି, କଂଗ୍ରେସ ଏବଂ ସ୍ଵାଧୀନ ପ୍ରାର୍ଥୀ ମଧ୍ୟରେ କଡା ମୁକାବିଲା ହେବ ବୋଲି ସାଧାରଣରେ ଆଲୋଚନା ଚାଲିଛି । ଏଥିସହିତ ବିଜେଡି ଭାରତୀ ଗୌଡ ନାମ୍ନୀ ଜଣେ ଶିକ୍ଷିତା ଯୁବତୀଙ୍କୁ ଅଧକ୍ଷା ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here