ହଂସତୁଳୀରେ କୂଅରେ ପଡି ନାବାଳିକା ମୃତ

0
397

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା) ବେଗୁନିଆପଡ଼ା ବ୍ଲକ ତାଳସର ପଞ୍ଚାୟତର ହଂସତୁଳୀ ଗ୍ରାମରେ କୂଅରେ ପଡି ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣଙ୍କ ଉକ୍ତ ଗ୍ରାମ ଅଡ଼ୁଆ ସାହି ଟୁନା ପ୍ରଧାନଙ୍କ ଝିଅ । ମଙ୍ଗଳବାର ଦିନ ରାତ୍ର ୭ଟା ସମୟରେ ବାରିପଟ କୂଅକୁ ପାଣି ଆଣିବାକୁ ଯାଇଥିବା ସମୟରେ ଝିଅ କୂଅରେ ପଡି ଯାଇଥିଲେ । ପରିବାର ଲୋକ କୂଅରେ ପଡିଯାଇଥିବା ଜାଣି ଝିଅକୁ ଉଦ୍ଧାର କରି ଚିକିତ୍ସା ଲାଗି ସୁମଣ୍ଡଳ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ପହଂଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ପଠାଇଛି ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here