ପିକଅପ ଭ୍ୟାନ ଓଲଟି ୮ ଜଣ ଗୁରୁତର

0
373

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା)ଗଞ୍ଜାମ ସୋରଡ଼ା ଥାନା ଅଧିନ ଦାରିଙ୍ଗବାଡି ଗ୍ରାମ ନିକଟରେ ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇ 8 ଜଣ ଆହତ ହୋଇଛନ୍ତି। ଆହତ ଙ୍କ ମଧ୍ୟରୁ ଗୁଣ୍ଡିଚା ଦଳେଇ, ପ୍ରଶାନ୍ତ ପରିଚା, ଡମ୍ବରୁ ଧର ପ୍ରଧାନ, ଟିକିନା ଦଳେଇ ଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।ସୂଚନା ମୁତାବକ ଦାରିଙ୍ଗବାଡି ଗ୍ରାମରୁ 8 ଜଣ ଦିନ ମଜୁରିଆ କାମ ପାଇଁ ବ୍ରହ୍ମପୁର କୁ ଯାଉଥିବା ବେଳେ ପିକଅପ ଭ୍ୟାନ୍ ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା l ଫଳରେ 8 ଜଣ ଆହତ ହୋଇଥିବା ବେଳେ 4 ଜଣ ଙ୍କ ଅବସ୍ଥା ଗୁରୁତର ରହିଛି l ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ସେମାନଙ୍କୁ ଉଦ୍ଧାର କରିବା ସହ ସୋରଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି l

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here