ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଯୁବ ସାମ୍ବାଦିକ ଅରିନ୍ଦମଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ

0
341

ଛତ୍ରପୁର : କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଛତ୍ରପୁର ପ୍ରେସ କ୍ଲବର ଅସ୍ଥାୟୀ କାର୍ଯ୍ୟାଳୟରେ ପ୍ରେସ କ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଛତ୍ରପୁର ପ୍ରେସ କ୍ଲବର ସଦସ୍ୟମାନେ। ସୂଚନାଯୋଗ୍ୟ, ଶୁକ୍ରବାର ଭୋର୍‌ରୁ ମୁଣ୍ଡୁଳିଠାରେ ମହାନଦୀରେ ଫସି ରହିଥିଲା ଏକ ହାତୀ। ଏହି ହାତୀକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ଟିମ୍‌ ସହ ଏକ ବୋଟ୍‌ରେ ଯାଇଥିଲେ ଅରିନ୍ଦମ। ଏହି ସମୟରେ ବୋଟ୍‌ଟି ଓଲଟି ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସହ ଆଉ ଜଣେ କ୍ୟାମେରାମ୍ୟାନ୍‌ ମଧ୍ୟ ଥିଲେ। ଏହି ଶୋକ ସଭାରେ ଛତ୍ରପୁର ପ୍ରେସ କ୍ଲବର ଉପଦେଷ୍ଟା ବସନ୍ତ କୁମାର ମହାରଣା,ସଭାପତି ପ୍ରଶାନ୍ତ କୁମାର ମହାରଣା, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଉପସଭାପତି ସୁଧିର କୁମାର ନାହାକ, ସହ ସମ୍ପାଦକ ଇଜୁ ଅମିନ ଖାନ୍ ଓ କେ. ସତ୍ୟନାରାୟଣ ରେଡ୍ଡୀ , ସାମ୍ବାଦିକ ଅଜିତ ସ୍ୱାଇଁ, ଖିରୋଦ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ରବିନ୍ଦ୍ର ନାହାକ, ସନ୍ତୋଷ କୁମାର ସାହୁ, ବିସ୍ମୟ ପ୍ରଧାନ, ସନ୍ତୋଷ କୁମାର ସାହୁ, ଗୈାରପ୍ରସାଦ ମହାପାତ୍ରଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here