ବାଲେଙ୍ଗା ପଞ୍ଚାୟତ ତରଫରୁ ଗରିବ ଲୋକଙ୍କୁ ଆହାର ଯୋଗାଣ

0
432

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ରାଜ୍ୟରେ ଲାଗିଛି ଲକଡାଉନ , ଏହି ସମୟରେ ଅତି ଗରିବ ନିଃସହାୟ ଲୋକ ମୁଠାଏ ଦାନା ଯୋଗାଡ କରିବାକୁ ମଧ୍ୟ ଅସମର୍ଥ ହେଉଛନ୍ତି , ସେହି ମାନଙ୍କୁ ସହଯୋଗ ର ହାତ ବଢ଼ାଇଛନ୍ତି ବାଲେଙ୍ଗା ସରପଞ୍ଚ ମୋତିରାମ ଭତରା । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାଲେଙ୍ଗା ପଞ୍ଚାୟତର ୧୧ ଟି ୱାର୍ଡ ରେ ପ୍ରତିଦିନ ପ୍ରାୟ ୧୦୦ ଜଣ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଛି । ନିଜେ ସରପଞ୍ଚ ଘର ଘର ବୁଲି ରନ୍ଧା ଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି । ସରପଞ୍ଚ ଙ୍କ ଏହି ପ୍ରୟାସ ଯୋଗୁଁ ଗରିବ ମାନେ ଦୁଇ ଅଳି ଖାଦ୍ୟ ପାଇ ପାରୁଛନ୍ତି, ମୁଖ୍ୟତଃ ମାନସିକ ବିକୃତି ଗ୍ରସ୍ତ, ଅତିଗରିବ, ଖଟିଖିଆ ଶ୍ରେଣୀ ଲୋକ ଙ୍କୁ ଚିହ୍ନଟ କରାଯାଇ ଏକ ତାଲିକା ପ୍ରସ୍ତୁତ କରା ଯାଇଛି । ଏହି ତାଲିକା ଅନୁଯାୟୀ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ପ୍ରୟାସ କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି । ଏହି ମହାମାରୀ ଯୋଗୁଁ ସମସ୍ତ ଙ୍କ ଉପରେ ପ୍ରଭାବ ପଡିଛି । ଗରିବ ଶ୍ରେଣୀର ଲୋକ ଦୁଇ ଓଳି ର ଖାଦ୍ୟ ଯୋଗାଡ କରିବାକୁ ମଧ୍ୟ ସକ୍ଷମ ହେଉ ନାହାନ୍ତି । ଏହି ଅସମୟରେ ସରକାର ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପ୍ରଶାସନ ର ସ୍ବାଗତ ଯୋଗ୍ୟ ପଦକ୍ଷେପ। ସରକାର ଙ୍କ ନିର୍ଦେଶ କ୍ରମେ ଲକ୍ ଡାଉନ୍ ଆରମ୍ଭ ହେବା ଦିନ ଠାରୁ ଅସହାୟ ଙ୍କୁ ବାଲେଙ୍ଗା ପଞ୍ଚାୟତ ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି, ମୁଖ୍ୟତଃ ମାନସିକ ବିକୃତି ଗ୍ରସ୍ତ, ଅସହାୟ ଓ ଗରିବ ଲୋକଙ୍କୁ ଦିଆଯାଉଛି, ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ରତ୍ୟକ ୱାର୍ଡ କୁ ଯାଇ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି । ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ , ସରପଞ୍ଚ , ୱାର୍ଡ ସଭ୍ୟ , ସମିତି ସଭ୍ୟ ଓ ଯୁବ ଗୋଷ୍ଟି ସାମିଲ ଥିବା ଜଣାପଡ଼ିଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here