ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ଗୁଗୁଲ ମିଟ ମାଧ୍ୟମରେ ସାହିତ୍ୟିକା ସ୍ବର୍ଗତ ସସ୍ମିତା ସାହୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା

0
458

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ /ନିଶିଗନ୍ଧା ସାହିତ୍ୟ ସଂସଦ ,ଖୋର୍ଦ୍ଧା ଆନୁକୁଲ୍ୟରେ ସଂସଦର ସଭାପତି ଶ୍ରୀଯୁକ୍ତ ଡ଼ଃ ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ୱରେ ତଥା ସଂସଦର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇଙ୍କ ପରିଚାଳନାରେ ଭର୍ଚୁଏଲ୍ ମୋଡ ବା (ଗୁଗଲ ମିଟ )ଜରିଆରେ କରୋନା ରେ ମୃତ୍ୟୁବରଣ କରିଥିବା ବିଶିଷ୍ଟ ସାହିତ୍ୟିକା ତଥା ଜଣେ ଆଦର୍ଶ ଶିକ୍ଷୟିତ୍ରୀ ସସ୍ମିତା ସାହୁଙ୍କ ଉଦ୍ଦେଶ୍ୟରେ ସନ୍ଧ୍ୟା ୭ଟା ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ର ଆୟୋଜନ ହୋଇଥିଲା।ସ୍ବର୍ଗତ ସସ୍ମିତା ଆଜିର ସମାଜରେ ଜଣେ ଯୁବ ପ୍ରତିଭା ସମ୍ପନ୍ନା ମହିଳା ଥିଲେ। ସେ ଏକାଧାରରେ ଜଣେ କବୟିତ୍ରୀ ଓ ଆଦର୍ଶ ଶିକ୍ଷୟିତ୍ରୀ ଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ଯୁଧିଷ୍ଠିର ମୁଦୁଲି ପରିଚାଳନା କରିଥିଲେ। ଆରମ୍ଭରେ ସ୍ବର୍ଗତ ସସ୍ମିତାଙ୍କ ମହାନ୍ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ପ୍ରଥମେ ସ୍ମୃତିଲିପିର ସମ୍ପାଦକ ଶ୍ରୀଯୁକ୍ତ ଭୁବନ ମୋହନ ମହାନ୍ତି ସ୍ମୃତିଚାରଣ କରି ଗଭୀର ଶୋକ ପ୍ରକାଶ କରିଥିଲେ।ଏହାପରେ ଅଂଶଗ୍ରହଣ କରିଥିବା ନିଶିଗନ୍ଧା ପରିବାରର ସମସ୍ତ ସାରସ୍ଵତ ସାଧକ ସାଧିକା ମାନେ ନିଜର ନିଜର ଅଶ୍ରୁଳ ଭାବଗର୍ଭକ ମତବ୍ୟକ୍ତ କରି ସ୍ବର୍ଗତ ସସ୍ମିତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାରଙ୍କ ସୁସ୍ଥ ନିରାମୟ ଜୀବନ ପାଇଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ।ଦୁର୍ଭାଗ୍ୟର ବିଷୟ ଯେ ସସ୍ମିତାଙ୍କ ଦଶ ବର୍ଷର ଝିଅ ଓ ତାଙ୍କ ମାତା ପିତା ବି ଏବେ କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସେମାନେ ଏଭଳି ଏକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଭଗବାନ ତାଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ସମସ୍ତେ ସମବେତ ଭାବରେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ।ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ନିଶିଗନ୍ଧା ପରିବାର ର ସାରସ୍ଵତ ସାଧକ ମୁରାରି ପ୍ରସାଦ ପଶାୟତ,କରୁଣାକର ମଲ୍ଲିକ,ଅମୂଲ୍ୟ ନାୟକ,ଚିତ୍ତରଞ୍ଜନ ନନ୍ଦ,ଗୋଦାବରୀ ଦାସ,ବୃନ୍ଦାବନ ପ୍ରଧାନ,ଚନ୍ଦ୍ରଭାନୁ ବେହେରା,ନୀଳାଦ୍ରି ନାଥ ଜଗଦେବ ତଥା ସାରସ୍ବତ ସାଧିକା ପୁଷ୍ପିତା ଭୋଇ,ଅର୍ଚ୍ଚନା ଦାସ,ରିତା ପାଟଯୋଷିଙ୍କ ସମେତ ବହୁ ସଂଖ୍ୟାରେ କବି କବୟିତ୍ରୀ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here