ଲୋକଙ୍କ ଆର୍ଥିକ କ୍ଷମତା ଅନୁସାରେ ବଜାରଦରକୁ ଯଥେଷ୍ଟ ମାତ୍ରାରେ କମାଇବାପାଇଁ ନିବେଦନ

0
270

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଲକଡାଉନ ଘୋଷଣା ପରେ ଅସମ୍ଭବଭାବେ କିଛି ଅସାଧୁ ବ୍ୟବସାୟୀ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯଥା ରାସନ ସାମଗ୍ରୀ, ଆଳୁ, ପିଆଜ,ଡାଲି, ତେଲ ଆଦିର ଦରଦାମ ବୃଦ୍ଧି କରିଛନ୍ତି l ଦରଦାମବୃଦ୍ଧିକୁ ରୋକି କଳାବଜାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଏହି ଦରବୃଦ୍ଧିକୁ ସରକାରୀସ୍ଥରରେ ସ୍ୱୀକୃତି ଦେବାଭଳି ପ୍ରଶାସନ ମଧ୍ୟ ନିଜ ଆଡୁ କାଉଣ୍ଟର ଖୋଲି ଉଚ୍ଚ ଦରରେ ଆଳୁ, ପିଆଜ ବିକ୍ରି କରିବା ଆରମ୍ଭ କରିଛି l ଏହି ବ୍ୟବସ୍ଥା ଦ୍ୱାରା ଆଳୁ, ପିଆଜ ବ୍ୟତୀତ ଅନ୍ୟ ସାମଗ୍ରୀର କଳାବଜାରୀକୁ ତ ମୁକ୍ତ କରାଯାଇଛି ଓ ତା ସହ ଆଳୁ, ପିଆଜର ବର୍ତମାନ ଥିବା ବଜାରଦର ଠୁ ଅଧିକ ଦର ଲଦି ପ୍ରଶାସନ ବିକ୍ରି କରୁଛି l ଆଳୁ କିଲୋ ପ୍ରତି ଯାହା 15ଟଙ୍କା ଥିଲା ବର୍ତମାନ ପ୍ରଶାସନ ତାକୁ 18ଟଙ୍କାରେ ବିକ୍ରି କରୁଛି ଓ ପିଆଜ ଯାହା 20ଟଙ୍କା ଥିଲା ତାକୁ 23ଟଙ୍କାରେ ବିକ୍ରି କରୁଛି l କରୋନା କାଳରେ ଏହା କି ପ୍ରକାର ସହାୟତା!ନିଜେ ରାଜ୍ୟ ସରକାର ଜବାବ ଦିଅନ୍ତୁ l ବର୍ତମାନ ଲକଡାଉନ ସମୟରେ ସମସ୍ତଙ୍କ କାମ ବନ୍ଦ ହୋଇପଡ଼ିଥିବାବେଳେ ଘର ଚଳିବା ପରିବାର ଭରଣପୋଷଣ କରିବା କଷ୍ଟକର ହୋଇପଡ଼ିଥିବାବେଳେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ କମାଇବା ଏକ ଜନମଙ୍ଗଳ ସରକାରଙ୍କ ପ୍ରାଥମିକତା ହେବା କଥା, କିନ୍ତୁ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର ଲୋକଙ୍କୁ ଲୁଟିବାକୁ ମଧ୍ୟ ପଛାଉନଥିବା ନିଶ୍ଚିତ ଭାବେ ଗଣତନ୍ତ୍ରପ୍ରତି ଉପହାସସଦୃଶ୍ୟ ହୋଇଛି l
ଏଣୁ ସମସ୍ତ ରାସନ ସାମଗ୍ରୀ, ଆଳୁ. ପିଆଜ ଆଦିର ଦରଦାମକୁ ଲୋକଙ୍କ ଆର୍ଥିକ କ୍ଷମତା ଅନୁଯାୟୀ ଯଥେଷ୍ଟ ପରିମାଣରେ କମାଗଲେ ଜନଗଣ ଉପକୃତ ହୋଇପାରିବେ ବୋଲି ଆଇନଜୀବୀ ତଥା ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ଏକ ପ୍ରେସବିବୃତ୍ତିରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି l

LEAVE A REPLY

Please enter your comment!
Please enter your name here