ବିଶ୍ଵ ରେଡକ୍ରସ ଦିବସ ପାଳିତ

0
326

ଜଗନ୍ନାଥ ପ୍ରସାଦ(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ଯୁବ ରେଡ୍ କ୍ରସ୍ ସଂସ୍ଥା ତରଫରୁ କଲେଜ ପରିସରରେ କୋଭିଡ-୧୯ ଗାଇଡଲାଇନ ମାନି ବିଶ୍ଵ ରେଡ୍ କ୍ରସ୍ ଦିବସ ପାଳିତ ହୋଇଯାଇଛି । ରେଡ୍ କ୍ରସ୍ ପରାମର୍ଶଦାତା ପ୍ରାଧ୍ୟାପକ ଲୋକନାଥ ମହାନ୍ତି ରେଡ୍ କ୍ରସ୍ ପତାକା ଉତ୍ତୋଳନ କରି ସ୍ଵେଚ୍ଛାସେବୀ ମାନଙ୍କୁ ଶପଥ ପାଠ କରାଇ ଥିଲେ I ସ୍ଵେଚ୍ଛାସେବୀ ମାନଙ୍କୁ ରେଡ୍ କ୍ରସ୍ ର ଇତିହାସ ସହ କୋଭିଡ ସମୟରେ କିପରି ମାନବୀୟ ମୁଲ୍ୟବୋଧର କାର୍ଯ୍ୟ, ଦୋରଙ୍ଗୀ ଗ୍ରାମରେ ଘର ପୋଡ଼ି ଲୋକଙ୍କକୁ ରିଲିଫ୍ ବଣ୍ଟନ, କରୋନା ରୋଗୀଙ୍କ ଶବ ଦାହ ଭଳି ମହନୀୟ କାର୍ଯ୍ୟ ବିଷୟରେ ବର୍ଣନା କରିଥିଲେ I ପରେ ପରେ ହାତ କୁ କିପରି ୭ ପ୍ରଣାଳୀରେ ଧୋଇବା ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ବର୍ଷ ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଭାବେ ଗୋପାଳ ନାୟକ ଙ୍କୁ ସମ୍ମାନିତ କରାଯାଇଥିଲା। ସ୍ଵେଚ୍ଛାସେବୀ ଚନ୍ଦନ ବିଶ୍ଵାଳ, କେଶବ ଭୋଇ, ଚନ୍ଦନ ସେନାପତି, ଅଶୋକ ବାରିକ, ବ୍ରଜ କିଶୋର ପାତ୍ର, ଜିତୁ ବାରିକ ଓ ଯୁଗୁନୁ ନାୟକ ଉପସ୍ଥିତ ଥିଲେ । ଶେଷରେ ଆଞ୍ଚଳିକ ଡିଗ୍ରୀ କଲେଜର ଯୁବ ପରାମର୍ଶଦାତା ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲ I

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here