ସ୍ଵେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଇଣ୍ଡିଆ ପକ୍ଷରୁ ମୁଜାଗଡ଼ରେ ବୀର ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି

0
410

ଭଞ୍ଜନଗର(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମ ଠାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଇଣ୍ଡିଆର ସଦସ୍ୟ ଓ ଗ୍ରାମବାସୀ ମାନଙ୍କ ଦ୍ଵାରା ପୁଲୱାମା ସହୀଦ୍ ଯବାନ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜିର ଦିନକୁ ପ୍ରେମୀ ଯୁଗଳ ମାନେ ପ୍ରେମ ଦିବସ ମନାଇ ଥିବା ବେଳେ ସ୍ଵେଚ୍ଛାସେବୀ ମାନେ କଳା ଦିବସ ପାଳନ କରି ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କାହିଁକି ନା ଆଜି ଦିନରେ ପୁଲୱାମା ଆକ୍ରମଣରେ ଦେଶପାଇଁ ଅନେକ ବୀର ଯବାନ ସହିଦ୍ ହୋଇଥିଲେ। ସହୀଦ ହୋଇଥିବା ଆମ ସମସ୍ତ ସାହସୀ ଅମର ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ଗଂଜାମ ହେଲ୍ପ ଇଣ୍ଡିଆ ପକ୍ଷରୁ ଏକ କ୍ୟାଣ୍ଡେଲ୍ ଶୋଭା ଯାତ୍ରା ସ୍ଥାନୀୟ ମୁଜାଗଡ଼ ଛକ ନିକଟରେ ଅନୁଷ୍ଠିତ ହୋଇଥିଲା। ହେଲ୍ପ ଇଣ୍ଡିଆ ଗଂଜାମ ପରିଚାଳକ ଶିବ ଶଙ୍କର ପ୍ରଧାନ ଙ୍କ ନେତୃତ୍ୱରେ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ଯୋଗ ଦେଇଥିଲେ। ଦେଶପାଇଁ ଲଢ଼ି ସହିଦ ହୋଇଥିବା ସହିଦ ଯବାନ ମାନଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା ସ୍ଥାନୀୟ ଛକ ଠାରେ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶିବ ଶଙ୍କର ପ୍ରଧାନ ଯୋଗଦେଇ ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦେଶ ପାଇଁ ବୋର୍ଡର ରେ ଲଢୁଥିବା ବୀର ଯବାନ ମାନଙ୍କ ଜୀବନ ଶୈଳୀ ଓ ଦେଶ ପାଇଁ ସେମାନଙ୍କ ଉତ୍ସଗିକୃତ ସେବା ବିଷୟରେ ଅଭି ଭାଷଣ ଦେଇଥିଲେ ଏବଂ ଆମେ ସ୍ଵେଚ୍ଛାସେବୀ ମାନେ ଆମ ଅଞ୍ଚଳରେ ରହି ନିଜକୁ ସମାଜ ସେବା ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ନିଜକୁ ସାମିଲ୍ କରି ନିଜକୁ ଗୋଟିଏ ସୈନିକ ହେବାକୁ ଉଦବୋଧନ ଦେଇଥିଲେ । ଏହି ମହତ କାର୍ଯ୍ୟରେ ମୁଜାଗଡ଼ ଗ୍ରାମବାସୀ ଙ୍କ ସମେତ ହେଲ୍ପ ଇଣ୍ଡିଆ ପରିବାରର ବଳରାମ ସାହୁ, ଦିପୁ ଡାକୁଆ, ରାହୁଲ ରଣା, ସରୋଜ ବିଷୋୟୀ,ନିଲୁ ବିଷୋୟୀ, ଆଶିଷ କୁମାର ଗୌଡ଼, ମନୋଜ କୁମାର ଗୌଡ଼, ଶ୍ରୀକାନ୍ତ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମ କୁ ଶିବ ଶଙ୍କର (ଅଭୟ) ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here