
ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ପ୍ଳମ୍ବର ଏସୋସିଏସନ ସମ୍ପାଦକ ଶ୍ରୀ ଲକ୍ଷ୍ମୀନାରାୟଣ ପ୍ରଧାନ ଗତ କାଲି ରାତିରେ ଏମକେସିଜି ମେଡିକାଲ କଲେଜ ଆଇସିୟୁରେ ଚିକିତ୍ସିତ ଅବସ୍ଥା ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଶ୍ରୀ ପ୍ରଧାନ ସମ୍ପାଦକ ଭାବରେ ପ୍ଳମ୍ବର ମାନଙ୍କର କଲ୍ୟାଣ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ କାର୍ୟ କରିଥିଲେ। ସେ ଜଣେ ପରୋପକାର, ମେଳାପି ଓ ସମାଜସେବୀ ଥିଲେ। ତାଙ୍କରି ଵିୟୋଗରେ ଏସୋସିଏସନ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, ରାଜ୍ୟ ଶ୍ରମିକ କଲ୍ୟାଣ ଵୋର୍ଡ ର ଅଧ୍ୟକ୍ଷ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ,ଉପଦେଷ୍ଟା ଶ୍ରୀ ପ୍ରମୋଦ ସାହୁ ଙ୍କ ସମେତ ଏସୋସିଏସନ ର ବିକ୍ରମ ସାହୁ, ସୁବାସ ଚନ୍ଦ୍ର ଦାସ, ପିତବାସ ସାମନ୍ତରା, ଆନନ୍ଦ ସାହୁ, କୃଷ୍ଟମୂର୍ତି ଙ୍କ ସମେତ ବହୁ ସଦସ୍ୟ ଶୋକ ପ୍ରକାଶ କରିଛନ୍ତି।