ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ସ୍ବର୍ଗତ ଭାସ୍କର ଗୁରୁଙ୍କ ଦ୍ବାଦଶହ ଦିବସରେ ସ୍ମୃତିସଭା

0
317

ବୁଗୁଡ଼ା (ନ୍ୟୁଜଏକ୍ସଟ୍ରା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମ ଶ୍ରୀ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ତଥା ବରିଷ୍ଠ ସମାଜସେବୀ ଓ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଦସ୍ୟ ସ୍ବର୍ଗତ ଭାସ୍କର ଗୁରୁଙ୍କ ଦ୍ବାଦଶହ ଦିବସ ଉପଲକ୍ଷେ ମଇ ୭ ତାରିଖ ଦିନ ଏକ ଶୋକସଭା ପୂର୍ବତନ ସମିତି ସଭ୍ୟ କିଶୋର ଚନ୍ଦ୍ର ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ଇ.ନିଳାଞ୍ଚଳ ପାତ୍ର, ପିତବାସ ସାହୁ, ସଂଗ୍ରାମ କେଶରୀ ଗୁରୁ, ରଞ୍ଜିତ କୁମାର ଗୁରୁ, ସମରେନ୍ଦ୍ର ଗୁରୁ, ସନ୍ତୋଷ କୁମାର ଗୁରୁ ପ୍ରମୁଖ ଏବଂ ପରିବାର ବର୍ଗ ଯୋଗଦେଇ ସ୍ବର୍ଗତ ଭାସ୍କର ଗୁରୁଙ୍କ ଆତ୍ମାର ସଦଗତି କାମନା କରି ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ଭାସ୍କର ଗୁରୁଙ୍କ ତୈଳଚିତ୍ର ସମ୍ମୁଖରେ ପଦୀପ ପ୍ରଦାନ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here