ବରିଷ୍ଠ କଳାକାର ଙ୍କ ପରଲୋକ

0
190

ଛତ୍ରପୁର: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବରିଷ୍ଠ କଳା କାର ଯୋଗୀନାଥ ମହାରଣା ଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତୁ ଘଟିଛି। ମୃତୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ସେ ପୋଲିସ ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସେ ଜଣେ ଉତ୍ତମ ମଣିଷ ଏବଂ ଧର୍ମ ପରାୟଣ ବ୍ୟକ୍ତି ଭାବରେ ପରିଚିତ ଥିଲେ । ଏହା ସହିତ କାଠ କାମରେ ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ କରି ଜିଲ୍ଲା ତଥା ରାଜ୍ୟରେ ବେଶ ଗୌବର ଅର୍ଜନ କରିଥିଲେ । କେବଳ ସେତିକିରେ ଯୋଗିନାଥଙ୍କ କଳା ସିମୀତ ନଥିଲା । ଦୋଳ ଉତ୍ସବ ଆସିଲେ ବିମାନ ସହିତ ଗ୍ରାମରେ ବୁଲିବା ବେଳେ ଗାଁ ଦାଣ୍ଡରେ ବିଭିନ୍ନ ପ୍ରକାର ଗାହାଣୀ , ଭଜନ ଗାଈ ବେଶ୍ ସୁନାମ ଅର୍ଜନ କରିଥିଲେ । ସେ ଜଣେ ମେଳାପି ଏବଂ ପରୋପକାରୀ ଭାବେ ଜଣାଶୁଣା ଥିଲେ।

LEAVE A REPLY

Please enter your comment!
Please enter your name here