ଅବକାରୀ ଚଢାଉ ରନ୍ଧା ମଦ ଜବତ, ଜଣେ ଗିରଫ

0
299

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା ):ଗଜପତି ଜିଲ୍ଲା କାଶୀନଗର ବ୍ଲକ ଶିଙ୍ଗିପୁର ଗ୍ରାମ ରେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ଭ୍ରାମ୍ୟମାଣ ଅବକାରୀ ଟିମ୍ ଦେଶୀ ଚୋରା ମଦ କାରବାର ନେଇ ଚଢାଉ କରିଥିଲେ। ଏଥିରେ ଦେଶୀ ମଦ ତିଆରି ପୋଚ ସହ ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ, ଗତକାଲି ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମରେ ଚଢାଉ କରାଯାଇଥିବା ସମୟରେ ୨୦୦ଲିଟର ପୋଚ ନଷ୍ଟି କରାଯିବା ସହ ୧୩ଲିଟର ରନ୍ଧା ଦେଶୀ ମଦ ଜବତ କରିଥିବାର ଜଣାପଡିଛି । ଏହି ଚଢାଉ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ୍‌ର ଏସ୍‌ଆଇ ବୃନ୍ଦାବନ ମଣ୍ଡଳଙ୍କ ନେତୃତ୍ୱରେ ଏଏସ୍‌ଆଇ କିଶୋର ଚନ୍ଦ୍ର ରଥ ପ୍ରମୁଖ ସାମିଲ ହୋଇଥିଲେ । ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବାର ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here