ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ, ମୋବାଇଲର ଯୋଗେ ଲୋକେ କରିପାରିବେ ଅଭିଯୋଗ,୭ ଦିନ ଭିତରେ ହେବ ସମାଧାନ

0
1458

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଜିଲ୍ଲାବାସୀଙ୍କୁ ଊତ୍ତମ ସେବା ଯୋଗାଇବା ପାଇଁ ନେଇଛନ୍ତି ଏକ ନିଆରା ପଦକ୍ଷେପ।ଆଜି ଗଂଜାମ ଜିଲ୍ଳାପାଳ ଶ୍ରୀ ବିଜୟ ଅମ୍ରିତା କୁଲାଙ୍ଗେ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଏକ ମୋବାଇଲ ନମ୍ବର । ଏହି ମୋବାଇଲ ନମ୍ବରଟି ହେଲା ୯୪୩୭୫୬୩୮୦୦। ଏହି ମୋବାଇଲ୍ ନମ୍ବର ମାଧ୍ୟମରେ ଯେ କୌଣସି ବ୍ୟକ୍ତି ନିଜର ବା ନିଜ ଅଞ୍ଚଳର ସମସ୍ୟା ବା ଅଭିଯୋଗ କିମ୍ବା କୌଣସି ସରକାରୀ କର୍ମଚାରୀ ହଇରାଣ ହରକତ କରୁଥିଲେ ଜିଲ୍ଲା ପ୍ରଶାସନଙ୍କୁ ଜଣାଇପାରିବେ । ଅଭିଯୋଗ ଜାଣିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅଡ଼ିଓ ଟେପ୍ ମାଧ୍ୟମରେ ମଧ୍ୟ ଜନସାଧାରଣଙ୍କୁ ଏ ବିଷୟରେ ନିବେଦନ କରାଯାଉଛି ଏବଂ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରସାରିତ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ‘୫- ଟି ’ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here