ଗଜପତି ଜିଲ୍ଲା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଅଛନ୍ତି ଗାଁ ସାଥି ମାନେ

0
243

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥିମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଗାଁ ସାଥୀଙ୍କ କରିବା କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଟେକି ଦେବାକୁ ପଞ୍ଚାୟତରାଜ ଏବଂ ପାନୀୟ ଜଳ ଯୋଗାଣ ତରଫରୁ ବାରମ୍ବାର ପ୍ରୟାସ କରାଯାଉଥିବା ବେଳେ ଏହାକୁ ଗାଁ ସାଥି ସଙ୍ଘ ଏହି କାର୍ଯ୍ୟକ୍ରମ କୁ ତୀଵ୍ର ବିରୋଧ କରୁଛି । ସେହିପରି ଗାଁ ସାଥି ମାନଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନର କାମ ଯୋଗାଇ ଦେବା ସହ ସରକାରଙ୍କ ନିୟମ ଅନୁଯାୟୀ ଉଚିତ ପ୍ରାପ୍ୟ ପ୍ରଦାନ କରିବା ସହିତ ରାଜ୍ୟର ଜବକାର୍ଡ ହୀତାଧିକାରୀଙ୍କୁ ବାର୍ଷିକ ୨୦୦ ଦିନର କାମ ସହ ଦୈନିକ ୩୦୦ ଟଙ୍କା ପ୍ରଦାନ କରିବା ବିଷୟରେ ଭିତ୍ତି କରି ଅଭିଯୋଗକୁ ଗଜପତି ଜିଲ୍ଲା ଗାଁ ସାଥି ସଙ୍ଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବୀପତ୍ର କୁ ପ୍ରଦାନ କରାଯାଇଛି । ଗାଁ ସାଥୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବାରମ୍ବାର ଜିଲ୍ଲା ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳୁନାଥିଲା ଏଣୁ ଏହିଭଳି ବିକ୍ଷୋଭ କରାଯାଇଥିବା ସଙ୍ଘ ପକ୍ଷରୁ କୁହାଯାଇଛି । ଏହି ସମସ୍ୟାର ସମାଧାନ ନ ହେଲେ ଆସନ୍ତା ୭ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ରାଜ୍ୟ ସଙ୍ଘ ନିଷ୍ପତ୍ତି ନେଇଥିବା ଗଜପତି ଜିଲ୍ଲାର ସଙ୍ଘ ସଭାପତି ପଞ୍ଚୁ ନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here