ଗଜପତି ଜିଲ୍ଲା ପୋଲିସର“ଉଡାନ” କାର୍ଯ୍ୟକ୍ରମ ଉଦଯାପିତ

0
675

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଏସ୍ପି ସାରା ଶର୍ମାଙ୍କ ଦ୍ୱାରା ଗଜପତି ଜିଲ୍ଲା ପୋଲିସର ୨୦ ଦିନର “ଉଡାନ” କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାର ୧୫ ରୁ ୨୨ ବର୍ଷ ୨୧୭ ଜଣ ଯୁବକଯୁବତୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ଏସ୍ପି ସାରା ଶର୍ମାଙ୍କ କହିବା ଅନୁଯାୟୀ ଗ୍ରାମାଞ୍ଚଳର ବହୁ ପ୍ରତିଭା ଥିବା ଯୁବକଯୁବତୀ ରହିଛନ୍ତି ଓ ଉପଯୁକ୍ତ ପ୍ରଶିକ୍ଷଣ ନଥିବାରୁ ଯୁବକଯୁବତୀ ଚାକିରି କ୍ଷେତ୍ରରେ ବିଫଳ ହେଉଛନ୍ତି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗଜପତି ପୁଲିସ ବେକାର ଯୁବକଯୁବତୀଙ୍କୁ ସାମରିକ,ଅର୍ଧସାମରିକ ବାହିନୀ,ପାରା ମିଲିଟାରୀ ଫୋର୍ସ ଏବଂ ପୋଲିସ ବାହିନୀ ପ୍ରଭୃତିରେ ନିଯୁକ୍ତି ଓ ସାକ୍ଷାତକାର ପରୀକ୍ଷାର ସମ୍ମୁଖିନ ହେବା ପୁର୍ବରୁ ନିଜକୁ କିଭଳି ପ୍ରସ୍ତୁତ କରିବେ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଏହି ଉଦଯାପିତ ଉତ୍ସବରେ ଏସିପି ସାରା ଶର୍ମା ତାଲିମ ଗ୍ରହଣ କରିଥିବା ଯୁବକଯୁବତୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ପୁସ୍ତକ ସହ ଏକ କିଟ୍ ପ୍ରଦାନ କରିଥିଲେ । ଏହି ତାଲିମ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଦକ୍ଷତା ବିକାଶ ପାଣ୍ଠିରୁ ପ୍ରଦାନ କରିବାକୁ ପ୍ରତିଶ୍ରୁତି ମିଳିଛି, ତେଣୁ ପାଣ୍ଠି ଆସିବା ପରେ ଶିବିରରେ ଯୋଗଦେଇଥିବା ପିଲାମାନେ ଦେଇଥିବା ଟଙ୍କା ଫେରି ପାଇବେ ବୋଲି ଏସିପି ସାରା ଶର୍ମା ଘୋଷଣା କରିଥିଲେ । ତାଲିମ-ପ୍ରାପ୍ତ ବଛା ବଛା ହାବିଲଦାର ଓ ପୋଲିସ ଅଧିକାରୀ ମାନେ ଏହି ଶିବିରରେ ପ୍ରଶିକ୍ଷଣ ଦେଇଥିଲେ । ଜିଲ୍ଲା ପୋଲିସ ପକ୍ଷରୁ ପୁଣି ଏହି “ଉଡାନ” ର ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ଵର ମାସରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍ପି ଶାନ୍ତୁନୁ ଦାଶ, ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର,ପାରଲା ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ପ୍ରମୁଖଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here