ଆଗକୁ ବନ୍ଦ ହେବାକୁ ଯାଉଛି ଡେବିଟ୍ କାର୍ଡ; ଏସବିଆଇର ବଡ଼ ଯୋଜନା

0
820

ନୂଆଦିଲ୍ଲୀ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଏସବିଆଇର ଚେୟାରମ୍ୟାନ୍ ରଜନୀଶ୍ କୁମାରଙ୍କ ଘୋଷଣା ଅନୁସାରେ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇର ଡେବିଟ୍ ଏବଂ ଏଟିଏମ୍ କାର୍ଡ ଆଗକୁ ବନ୍ଦ ହେବାକୁ ଯାଉଛି । ସେ କହିଛନ୍ତି ଯେ, ଡେବିଟ୍ କାର୍ଡର ପ୍ରଚଳନ ବନ୍ଦ୍ ହେବ । ଦେଶକୁ ଡେବିଟ୍ କାର୍ଡ ମୁକ୍ତ କରିବା ପାଇଁ ଡିଜିଟାଲ୍ ସମାଧାନ ଯେପରିକି ‘ୟୋନୋ’ ପ୍ଲାଟ୍ଫର୍ମର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ । ବିନା କାର୍ଡରେ ‘ୟୋନୋ’ ପ୍ଲାଟ୍ଫର୍ମ ମାଧ୍ୟମରେ ଗ୍ରାହକମାନେ ଏଟିଏମ୍ରୁ ଟଙ୍କା ଉଠାଇବା ସହ କିଣାକିଣି ମଧ୍ୟ କରିପାରିବେ। ଗୋଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଓ ପ୍ଲାଷ୍ଟିକ୍ କାର୍ଡର ବ୍ୟବହାର ବନ୍ଦକୁ ନେଇ ଏସ୍ବିଆଇ ଏଭଳି ଯୋଜନା କରିଥିବା ଜଣାପଡ଼ିଛି। ଦେଶରେ ୯୦ କୋଟି ଡେବିଟ୍ କାର୍ଡ ଓ ୩ କୋଟି କ୍ରେଡିଟ୍ କାର୍ଡ ରହିଛି। ତେବେ ଏଥିପାଇଁ ବ୍ୟାଙ୍କ ୬୮ ହଜାର ୟୋନୋ କେଶପଏଣ୍ଟର ସ୍ଥାପନା କରିସାରିଛି । ଏବଂ ଆସୁଥିବା ୧୮ ମାସରେ ୧୦ ଲକ୍ଷ କରିବାର ଯୋଜନା କରିଛି ଏସବିଆଇ ।

LEAVE A REPLY

Please enter your comment!
Please enter your name here