ବୃଦ୍ଧଙ୍କୁ ମିଳିଲାନି କାନ୍ଧ ଶବ ସତ୍କାର କରି ମାନବିକତାର ପରିଚୟ ସୃଷ୍ଟି କଲେ ବୋରିଗାଁ ସରପଞ୍ଚ

0
250

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା)କରୋନା ମହାମାରୀ ଯୋଗୁଁ ଲୋକେ ମାନକିବତାକୁ ହରାଇବାକୁ ପଡୁଛିି। ସାଧାରଣରେ ମୃତ୍ୟୁ ହେଲେ ମଧ୍ୟ ମୃତ ଶରୀରକୁ କାନ୍ଧ ଦେବା ପାଇଁ ଯେକୌଣସି ଲୋକ ଆଗକୁ ଆସିବା ପରିବର୍ତେ ପଛାଉଛନ୍ତି।ସାରା ପୃଥିବୀରେ କରୋନା ମହାମାରୀ ଯୋଗୁଁ ଛଟପଟ ହେଉଥିବା ବେଳେ ସଂକ୍ରମଣ ଭୟରେ ସାହି ପଡୋଶୀ କିମ୍ବା ବନ୍ଧୁ ପରିଜନ କେହି ମଧ୍ୟ ପାଖତଡ଼ ମାଡୁନାହାନ୍ତି।ତେବେ ଏହି ଭଳି ପରିସ୍ଥିତିର ମୁକାବିଲା ପାଇଁ ଆଗେଇ ଆସିଛନ୍ତି ସ୍ଥାନୀୟ ସରପଞ୍ଚ ବସନ୍ତ କୁମାର ସାହୁ ଏବଂ ତାଙ୍କ ସହଯୋଗୀ ଗୋଷ୍ଠୀ। କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ପହଞ୍ଚି ସମସ୍ୟା ବୁଝିବା ସହ ସ୍ଥାନୀୟ ପଞ୍ଚାୟତର କିଛି ସମାଜସେବୀଙ୍କ ସହାୟତାରେ ମୃତ ବ୍ୟକ୍ତିଙ୍କ ଶବକୁ କାନ୍ଧେଇ ଗାଁ ସ୍ମଶାନକୁ ନେଇଥିଲେ।ତେବେ ସୂଚନା ଅନୁଯାୟୀ ଜାଣିବାକୁ ମିଳିଛି ଯେ,ଜକରାପଲ୍ଲୀ ଗ୍ରାମର ଏମ୍. ପୁରୁଷୋତ୍ତମ (୬୮) ନାମକ ଜଣେ ବୃଦ୍ଧଙ୍କର ହଟାତ ମୃତ୍ୟୁ ହୋଇଥିଲା।ବୃଦ୍ଧ ଜଣକର ମୃତ୍ୟୁ ହେବା ପରେ ଉକ୍ତ ଗ୍ରାମର କୌଣସି ବ୍ୟକ୍ତି ଶବ ସତ୍କାର ପାଇଁ ଆଗଭର ହୋଇନଥିଲେ।ଏହି ଖବର ବିଷୟ ଜାଣିବା ପରେ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କର ସହଯୋଗୀ ଏକତ୍ରିତ ହୋଇ ଆଗବର ପ୍ରକାଶ କରି ମାକ୍ସ ପରିଧାନ କରିବା ସହ ମୃତ ବୃଦ୍ଧଙ୍କର ଅନ୍ତିମ ସଂସ୍କାର ନିମନ୍ତେ କୋକେଇରେ ସ୍ମଶାନକୁ ନେବା ସହ ଅନ୍ତିମ ସତ୍କାର କରିଥିଲେ ।ଏହି ଅବସରରେ ସହଯୋଗୀ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜିପି ମନିଟର ରଞ୍ଜନ କୁମାର ସାବତ, ଅଭିରାମ ସେଠି, ବିଦେଶୀ ସେଠି,ସନ୍ତୋଷ ବେହେରା,କରା ରାଉଳ ,ସରୋଜ ପଟ୍ଟନାୟକ, ଶଙ୍କର ରାଉଳ, ସୁରେନ୍ଦ୍ର ସାହୁ, ବାବୁଲା ସେଠି, ଭାଗ୍ୟବାନ ସାହୁ ପ୍ରମୁଖ ସହଯୋଗ କରିଥିଲେ।ସରପଞ୍ଚଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ସାଧାରଣ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା ପାଲଟିଥିବା ବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here