ବ୍ରହ୍ମପୁର ଓ ଛତ୍ରପୁର ରେ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ କୋଭିଡ ଟିକା

0
256

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିବା ପରେ କରୋନା ଯୋଦ୍ଧାଙ୍କୁ ପ୍ରଥମେ ଟିକା ପ୍ରଦାନ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରୀ କରିଛନ୍ତି। ଏପ୍ରିଲ ୦୩ ତାରିଖ ଦିନ ବ୍ରହ୍ମପୁର ଓ ଛତ୍ରପୁରରେ ସ୍ୱତନ୍ତ୍ର ଭାବେ ସାମ୍ବାଦିକ ମାନଙ୍କୁ କୋଭିଡ଼ ଟିକା ଦେବାର ବନ୍ଦୋବସ୍ତ କରାଯାଇଥିଲା। ଯାହା ଫଳରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ରହ୍ମପୁର ଓ ଛତ୍ରପୁରର ସମସ୍ତ ସାମ୍ବାଦିକମାନେ ସୁବିଧାରେ କୋଭିଡ ଟିକା ଗ୍ରହଣ କରିପାରିଲେ। ବ୍ରହ୍ମପୁର ରେ ବୈକୁଣ୍ଠ ନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ରହ୍ମପୁର ମହାନଗର କମିଶନର ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ଉପସ୍ଥିତରେ ସାମ୍ବାଦିକ ମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ପରେ ଗଞ୍ଜମ ଜିଲ୍ଲା ପ୍ରଶାସନ, ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ଟିକା ଦେବା ବ୍ୟବସ୍ଥା କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।

LEAVE A REPLY

Please enter your comment!
Please enter your name here