କରଚୁଲି ଶିଶୁ ମନ୍ଦିର ଦେଉନାହିଁ ପିଲାଙ୍କ ସାର୍ଟିଫିକେଟ

0
307

ବୁଗୁଡା (ନ୍ୟୁଜଏକ୍ସଟ୍ରା) ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସେହି ଅନୁଷ୍ଠାନରୁ ନିଜର ସାର୍ଟିଫିକେଟ ନେଇ ସରକାରୀ ସ୍କୁଲରେ ପଢିବା ପାଇଁ ଇଚ୍ଛା କରୁଥିବା ବେଳେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସାର୍ଟିଫିକେଟ ଦେଉ ନଥିବା ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ବୃନ୍ଦ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଭଞ୍ଜନଗର ଉପଜିଲ୍ଲାପାଳ, ବୁଗୁଡା ତହସିଲଦାର, ବୁଗୁଡା ବିଡ଼ିଓ ଓ ବୁଗୁଡା ବିଇଓ ଙ୍କୁ ନକଲ ଦେଇଥିବା ଜଣା ପଡିଛି। କରଚୁଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ୧୯ ଜଣ ଅଭିଭାବକ ସ୍ବାକ୍ଷର କରି ଗଞ୍ଜାମ ଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗରେ ସେମାନେ ତାଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲରେ ପଢ଼ାଇବା ପାଇଁ ଇଚ୍ଛା ପ୍ରକାଶ କରି ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକଙ୍କୁ ସେମାନଙ୍କ ଛୁଆ ମାନଙ୍କ ସାର୍ଟିଫିକେଟ ମାଗିବାରୁ ଗତ ବର୍ଷର ସ୍କୁଲ ଫିସ ଓ ଜଏନ ଫିସ ଦେଲେ ସାର୍ଟିଫିକେଟ ଦେବେବୋଲି କହୁଥିବା ଦର୍ଶାଇଛନ୍ତି। ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତିଯେ କରୋନା ଯୋଗୁଁ ସମସ୍ତ କାର୍ଯ୍ୟ ବନ୍ଦ ହେବା ଯୋଗୁଁ ସେମାନେ ରୋଜଗାର ହରାଇ ଥିବା ବେଳେ ଶିଶୁ ମନ୍ଦିର ରେ ଅର୍ଥପାଇଁ ଜୋର ଜୁଲମ କରୁଥିବା ଯୋଗୁଁ ସେମାନେ ସରକାରୀ ସ୍କୁଲରେ ମାଗଣା ପଢିବାକୁ ଚାହୁଁଥିଲେ ମଧ୍ୟ ସେହି ସୁଯୋଗ ଶିଶୁ ମନ୍ଦିର ଦେଉନାହିଁ। ସେମାନଙ୍କ ଛୁଆମାନଙ୍କୁ ସରକାରୀ ସ୍କୁଲରେ ପଢିବା ପାଇଁ ସୁଯୋଗ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here