କୁକୁଡ଼ାଖଣ୍ଡି ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଲେ କଲ୍ୟାଣି ସଂଘମିତ୍ରା

0
264

କୁକୁଡ଼ାଖଣ୍ଡି(ନ୍ୟୁଜ ଏକ୍ସଟ୍ରା): ଗଜପତି ଜିଲ୍ଲାର ମୋହନା ତହସିଲଦାର ଭାବେ କାର୍ଯ୍ୟରତ ଥିବା କଲ୍ୟାଣି ସଂଘମିତ୍ରାଙ୍କୁ କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟକୁ ବଦଳି ହେବା ପରେ କୁକୁଡାଖଣ୍ଡି ତହସିଲଦାର ଭାବେ କଲ୍ୟାଣି ସଂଘମିତ୍ରା ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ନୂତନ ତହସିଲଦାର ଭାବେ କଲ୍ୟାଣୀ ସଂଘମିତ୍ରା ଦାୟିତ୍ୱ ଗ୍ରହଣ କରିବା ପରେ ସେଥିରେ କିଛିଟା ପରିବର୍ତ୍ତନ ଆସିବା ନେଇ ମତ ପ୍ରକାଶ ପାଇଛି।ତେବେ ତାଙ୍କ ସହ ଆଲୋଚନା ବେଳେ ସେ ନିୟମ ଅନୁଯାୟୀ ତାଙ୍କ ଦାୟିତ୍ୱ ପାଳନ ପ୍ରତି ଅଧିକ ଗୁରୁତ୍ଵ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।ନୂତନ ତହସିଲଦାର କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ତହସିଲଦାର ଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here