ଜକର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

0
218

ଦିଗପହଣ୍ଡି – ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଦିଗପହଣ୍ଡି ବ୍ଳକ ଜକର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନଙ୍କ ମିଳିତ ସଂଯୋଜନାରେ ଶିବିରରେ ତହସିଲଦାର ଅଶୋକ କୁମାର ତ୍ରିପାଠୀ , ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ , ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ , ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ଜିଲ୍ଲା ବିଜେଡି ଉପସଭାପତି ବି . କ୍ରିଷ୍ଣାରାଓ ସୁବୁଦ୍ଧି , ସରପଞ୍ଚ ସଂଘ ସଭାପତି ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା , ଏମ୍ . ସନ୍ତୋଷ , ଆଦିତ୍ୟ ସାହୁ , ଦୀନବନ୍ଧୁ ସେଠୀ , ସମିତି ସଭ୍ୟ କାମିନୀ ପ୍ରଧାନ , ପ୍ରତିନିଧି ତ୍ରିପତୀ ପ୍ରଧାନ , ସେବା ସମବାୟ ସଭାପତି ରାମେଶ୍ବର ପାଣିଗ୍ରାହୀ ସମେତ ବହୁ ଦଳୀୟ କର୍ମୀ ଓ ପଞ୍ଚାୟତବାସୀ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ , ଧାର୍ମିକ ସ୍ଥଳୀ ଓ ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ , ମହିଳା ସଶକ୍ତିକରଣ , କ୍ରୀଡା , ଐତିହ୍ୟ ଭିତ୍ତିଭୂମିର ବିକାଶ , ସୁଗମ ପରିବହନ ବ୍ୟବସ୍ଥାକୁ ଦାସକାଠିଆ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଇ ପଞ୍ଚାୟତବାସୀଙ୍କୁ ସଚେତନତା କରାଯାଇଥିଲା । ଏଥିସହ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଓ ସ୍ବୟଂ ସହାୟିକା ମହିଳାମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା । ଶେଷରେ ଅତିଥିଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଗ୍ରାମ ଆଚାର୍ଯ୍ୟ , ଗ୍ରାମ ରୋଜଗାର ସେବକ ପ୍ରଶାନ୍ତ ସାହୁ ସମେତ ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here