ସେପ୍ଟେମ୍ବର ୮ ତାରିଖରୁ କ୍ୟୁଆର୍ କୋଡ ଅନିବାର୍ଯ୍ୟ; ନକଲି ଔଷଧ ଚିହ୍ନିବା ହେବ ସହଜ

0
741

ନୂଆଦିଲ୍ଲୀ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଜନସାଧାରଣ କ୍ୟୁଆର୍ କୋଡ ସାହାଯ୍ୟରେ ଏଥର ସହଜରେ ନକଲି ଔଷଧ ବିଷୟରେ ଜାଣିପାରିବେ । ବିଭିନ୍ନ ଔଷଧ , ଏପିଆଇ ବା ଆକ୍ଟିଭ ଫାର୍ମାସ୍ୟୁଟିକାଲ୍ ଇନ୍ଗ୍ରିଡିଏଣ୍ଟ୍ ଉପରେ ସେପ୍ଟେମ୍ବର ୮ ତାରିଖରୁ କ୍ୟୁଆର୍ କୋଡ ଲଗାଇବା ଅନିବାର୍ଯ୍ୟ ବୋଲି ସରକାର ଘୋଷଣା କରିଛନ୍ତି । ତେଣୁ ଏପିଆଇ ଉପରେ କ୍ୟୁଆର୍ କୋଡ ସହ ଏହାର ନିର୍ମାତା, ଔଷଧର ଏକ୍ସପାଇରୀ ଓ କେଉଁଠାରୁ ଏହାକୁ ଆମଦାନୀ କରାଯାଇଛି ଏହା ସମସ୍ତ ବିଷୟରେ ଉଲ୍ଲେଖ କରିବାପାଇଁ ନିର୍ଦେଶ ଦିଆଯାଇଛି । ମୋବାଇଲରେ କ୍ୱିଆର୍ କୋଡ୍କୁ ସ୍କାନ କରିବାକୁ ପଡିବା । ଏହା ଔଷଧ ବିଷୟରେ ସମସ୍ତ ବିବରଣୀ ଏହାର ବ୍ୟବହାରକାରୀଙ୍କୁ ପ୍ରଦାନ କରିବ । ଯାହାଦ୍ୱାରା ଅସଲି ଓ ନକିଲ ଔଷଧ ଚିହ୍ନିବା ସହଜ ହେବ ।
ଡ୍ରଗ ଟେକନିକାଲ ଉପଦେଷ୍ଟା ପରିଷଦ ଜୁନ୍ମାସରେ ସରକାରଙ୍କୁ ଏହି ପ୍ରସ୍ତାବ ଦେଇଥିଲେ । ଭାରତକୁ ପ୍ରତିବର୍ଷ ୧୩ହଜାର କୋଟି ଟଙ୍କାର ଆକ୍ଟିଭ ଫାର୍ମାସ୍ୟୁଟିକାଲ୍ ଇନ୍ଗ୍ରିଡିଏଣ୍ଟ୍ ଆମଦାନୀ କରାଯାଇଥାଏ । ଏକ ରିପୋର୍ଟ ଅନୁଯାୟୀ ଭାରତ ବିଭିନ୍ନ ଅଞ୍ଚଳରେ ନକଲି ଔଷଧ ଉପଲବ୍ଧ ହେଉଛି । ବଜାରରେ ୨୦ ପ୍ରତିଶତ ନକଲି ଔଷଧ ମିଳୁଥିବା କଥା ଏଥିରେ ଦର୍ଶାଯାଇଛି । ମାତ୍ର ବଜାରରେ ମିଳୁଥିବା ୩ ପ୍ରତିଶତ ଔଷଧରମାନ ନିମ୍ନ ଧରଣରଥିବା ଅଭିଯୋଗ ହୋଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । କୌଣସି ଔଷଧ ତିଆରି କରିବାରେ ଏପିଆଇ ଏକ ମୁଖ୍ୟ ଭୂମିକା ନେଇଥାଏ।
କ୍ୟୁଆର କୋଡ –

LEAVE A REPLY

Please enter your comment!
Please enter your name here