ଆରପିଏଫ ତରଫରୁ ଜଣ ସଚେତନତା କାର୍ଯ୍ୟକ୍ରମ

0
626

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଛତ୍ର୍ରପୁର ଆରପିଏଫ୍ ଏସଆଇ ଏଲବି ସିଂ ଓ ସହଯୋଗୀ କର୍ମଚାରୀଙ୍କ ଦ୍ୱାରା ରେଳ ଲାଇନ କଡରେ ଥିବା କିଛି ଗାଁ ବାହାନପଲ୍ଲୀ,ମିର୍ଦ୍ଦରାଜପୁର,କନକା,ରମ୍ଭା ,ଖଲ୍ଲିକୋଟ ଆଦି ଅଂଚଳ ରେ ଲୋକଙ୍କୁ ବ୍ୟାନର ଧରି କିଛି ଜରୁରୀ ବିଷୟ ଉପରେ ସଚେତନ କରାଇବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ଚଳନ୍ତା ରେଳଗାଡିକୁ ପଥର ଫିଙ୍ଗିବା,ବିନା କାରଣରେ ରେଳଗାଡିର ଚେନ ଟାଣିବା,ରେଳ ଲାଇନ ଉପରେ ଚଲାବୁଲା କରିବା,ରେଳଗାଡିରେ ଯାତ୍ରା କରିବା ସମୟରେ ଅଜଣା ସହ ଯାତ୍ରୀଙ୍କ ଠାରୁ ଖାଦ୍ୟପେୟ ଗ୍ରହଣ କରିବା ଦ୍ୱାରା କଣ କଣ ଅସୁବିଧା ହୁଏ ସେ ବିଷୟରେ ଅବଗତ କରାଇଥିଲେ | ଏହା ସହ ସୁରକ୍ଷା ହେଲ୍ପ ଲାଇନ ୧୮୨ ବିଷୟରେ ଅଧିକରୁ ଅଧିକ ଲୋକଙ୍କୁ ଅବଗତ କରିବା ପାଇଁ କହିଥିଲେ |

LEAVE A REPLY

Please enter your comment!
Please enter your name here