ଦିଲ୍ଲୀପ କୁମାର ପଣ୍ଡା କଂଗ୍ରସର ବିଜେପୁର ପ୍ରାଥୀ

0
835

ଭୁବନେଶ୍ୱର : ବିଜେପୁର ବିଧାନସଭା ଉପ-ନିର୍ବାଚନ ପାଇଁ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡାଙ୍କ ନାମ ଘୋଷଣା କରିଛନ୍ତି | ଏଆଇସିସି ର ଅନୁମୋଦନ କ୍ରମେ ଦିଲ୍ଲୀପଙ୍କ ଚୂଡାନ୍ତ କରାଯାଇଛି | ଦିଲ୍ଲୀପ କଂଗ୍ରସର ବରଗଡ ଜିଲ୍ଲା ଉପ- ସଭାପତି ଅଛନ୍ତି | କଂଗ୍ରେସ ବିଜେପୁର ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାଥୀ ଚୟନ ନେଇ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା | ଏହି କମିଟିର ବୈଠକ କଂଗ୍ରେସ ଭବନରେ ଶ୍ରୀ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା | ଆସିଥିବା ଆବେଦନ ଓ ବିଜୟ ସଂଭାବନା ଥିବା ପ୍ରାଥୀମାନଙ୍କ ସମ୍ପର୍କରେ ଆଲୋଚନା କାଯାଇଥିଲା | ଜଣେ ମହିଳା ପ୍ରାଥୀଙ୍କ ସମେତ ୪ ଜଣଙ୍କ ନାମ ବଛାଯାଇଥିଲା | କିନ୍ତୁ ଏଆଇସିସିକୁ ୩ ଜଣଙ୍କ ନାମ ପଠାଯାଇଥିଲା | ପୂର୍ବତନ ମନ୍ତ୍ରୀ ତଥା ଗତ ନିର୍ବାଚନରେ ଦଳୀୟ ପ୍ରାଥୀ ହୋଇଥିବା ରିପୁନାଥ ସେଠଙ୍କ ପୁଅଙ୍କ ନାମ ସହ ଦିଲ୍ଲୀପ ପଣ୍ଡା ଓ ଅନ୍ୟ ଜଣଙ୍କ ନାମ ସୁପାରିଶ କରାଯାଇଥିଲା | କିନ୍ତୁ ଏଆଇସିସି ଆଜି ରାତିରେ ଦିଲ୍ଲୀପ ପଣ୍ଡାଙ୍କ ନାମକୁ ଅନୁମୋଦନ ଦେଇଛନ୍ତି | ଏଆଇସିସି ରିପୁଙ୍କ ପୁଅକୁ ପ୍ରାଥୀକରିବାକୁ ସହମତ ହୋଇନାହାନ୍ତି | ଫଳରେ ଦିଲ୍ଳୀପଙ୍କୁ ପ୍ରାଥୀ କରାଯିବା ନେଇ ପିସିସି ପକ୍ଷରୁ ଘୋଷଣା କରାଯାଇଛି |
ନାମ ଘୋଷଣା ହେବା ପରେ ଦିଲ୍ଲୀପ କହିଛନ୍ତି ସେ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବେ | ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ପାଇଁ ପିସିସି ଏକ ୯ ଜଣିଆ କମିଟି ଗଠନ କରିଛି | ଏଥିରେ ଗାଇସିଲେଟ ବ୍ଲକ ପାଇଁ ପ୍ରକାଶ ଚନ୍ଦ୍ର ଦେବତା ଓ ସମରେନ୍ଦ୍ର ମିଶ୍ର, ବିଜେପୁର ବ୍ଲକ ପାଇଁ ସତ୍ୟ ଭୂଷଣ ସାହୁ, ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ରମେଶ ଚନ୍ଦ୍ର ଜେନା,ବିଜେପୁର ଏନଏସି ପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜା,ବରପାଲ୍ଲୀ ବ୍ଲକ ପାଇଁ ନିହାର ରଞ୍ଜନ ମହାନନ୍ଦଓ ସରୋଜ ମହାପାତ୍ର ଏବଂ ବରପାଲ୍ଲୀ ଏନଏସି ପାଇଁ ପ୍ରତାପ ଦେବତାଙ୍କୁ ଦାୟିତ୍ୱ ଦିଆଯାଇଛି | ନିକଟରେ ଶେଷ ହୋଇଥିବା ନିର୍ବାଚନରେ କଂଗ୍ରେସ ୧୪୩୪୪ ଭୋଟ ପାଇଥିଲା | ମୋଟ ଭୋଟର ମାତ୍ର ୭.୭୫ ପ୍ରତିଶତ ପାଇଥିଲା |

LEAVE A REPLY

Please enter your comment!
Please enter your name here