ସଟ ଡାଉନ ରାତିରେ ଦୁଇ ଦୁଇଟା ଗାଡି ପୋଡ଼ିଲେ ଦୁର୍ବୁତ୍ତ: ତଦନ୍ତ ଅବ୍ୟାହତ

0
246

କନ୍ଧମାଳ(ନ୍ୟୁଜ ଏକ୍ସଟ୍ରା) ସମଗ୍ର କନ୍ଧମାଳ ଜିଲ୍ଲାରେ ଦୁଇ ଦିନିଆ ସଟ ଡାଉନର ଫାଇଦା ନେଇ କିଛି ଦୁର୍ବୁତ୍ତ ଷ୍ଟେଟ ବ୍ୟାଙ୍କର ଟଙ୍କା ନେବା ଆଣିବା ଗାଡି ର ତାଲା ଭାଙ୍ଗି ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ | ଘଟଣା ରୁ ପ୍ରକାଶ ଯେ.କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପିଅନପଡାର ଗୁଡିପିଟା ସାହି ରେ ଗତକାଲି ଶନିବାର ବିଳମ୍ବିତ ରାତିରେ ଉକ୍ତ ବ୍ୟାଙ୍କ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ କରିଥିଲେ ଥିଲେ କିଛି ଦୁର୍ବୁତ୍ତ | ତାଲା ନ ଭାଙ୍ଗିବାରୁ ଷ୍ଟେଟ ବ୍ୟାଙ୍କର କ୍ୟାସ୍ ଗାଡି କୁ ନିଆଁ ଲଗେଇ ଦେଇ ପୋଡ଼ିବା ସହିତ ନିକଟରେ ଥିବା ଏକ ସ୍ବିଫ୍ଟ ଡିଜ଼ଏରୋ ଗାଡି କୁ ମଧ୍ୟ ପୋଡି ଦେଇଥିଲେ ଦୁର୍ବୁତ୍ତ ମାନେ l ଗାଡି ପୋଡିବା ସମୟରେ ଟାୟାର୍ ଟି ଫାଟି ଯିବାରୁ ଜୋର ଶବ୍ଦ ଶୁଣି ନିକଟରେ ରହୁଥିବା ସ୍ଥାନୀୟ ଲୋକ ଉଠି ବାହାରକୁ ଆସି ଦେଖିଲେ ଗାଡି ଜଳୁଛି l ସଙ୍ଗେ ସଙ୍ଗେ ନିଆଁ ଲିଭାଇବା ସହ ପୋଲିସ କୁ ଖବର ଦେଇଥିଲେ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି | ଅନ୍ୟ ପକ୍ଷରେ କିଏ ଏସବୁ ଗାଡି ପୋଡିଛନ୍ତି ଓ କାହିଁକି ପୋଡିଛନ୍ତି ଏବଂ ଏହି ଘଟଣା ରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଅତି ଶିଘ୍ର ଗିରଫ କରାଯିବ ବୋଲି ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here