ବୁଗୁଡା ବ୍ଲକରେ ଅବସର ନେଲେ ୩ ଶିକ୍ଷକ

0
258

ବୁଗୁଡା (ନ୍ୟୁଜଏକ୍ସଟ୍ରା) ଏପ୍ରିଲ ୩୦ ତାରିଖ ଦିନ ବୁଗୁଡା ବ୍ଳକର ତିନି ଜଣ ପ୍ରାଥମିକ ଶିକ୍ଷକ ଅବସର ନେଇଥିବା ଜଣାପଡ଼ିଛି। ବାଲିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ବିତୀକୃଷ୍ଣ ବିଶ୍ୱାଳ, ମହୁଳପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ରାମକୃଷ୍ଣ ନନ୍ଦ ଓ ଅନ୍ତରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୂର୍ଯ୍ୟ ନାରାୟଣ ସେଠୀ। ଗତକାଲି ବୁଗୁଡା ବିଇଓ ପ୍ରଶନ କୁମାର ବେହେରା, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ପିତାମ୍ବର ବିଷୋୟୀ,ଏବଂ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ, ଅଫିସ ମୁଖ୍ୟ କିରାଣୀ ଭାସ୍କର ଚନ୍ଦ୍ର ଓ କନିଷ୍ଠ କିରାଣୀ ସୁଧାଂଶୁ ଶେଖରଙ୍କ ଉପସ୍ଥିତିରେ ଦ୍ବିତୀକୃଷ୍ଣ ବିଶ୍ୱାଳ ଓ ରାମକୃଷ୍ଣ ନନ୍ଦଙ୍କୁ ପେନସନ ପପେର ପ୍ରଦାନ କରିଥିଲେ। ସୂର୍ଯ୍ୟ ନାରାୟଣ ସେଠୀଙ୍କ କିଛି ତୃଟି ରହିଥିବା ଯୋଗୁ ତାଙ୍କୁ ପେନସନ ପେପର ଦିଆଯାଇ ପାରିନାହିଁ। ବିଇଓ ଶ୍ରୀ ବେହେରା, ଏବିଇଓ ଶ୍ରୀ ସେନାପତି ଓ ଶ୍ରୀ ବିଷୋୟୀ ଅବସର ନେଇଥିବା ତିନି ଶିକ୍ଷକଙ୍କ ଶୁଭ କାମନା କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here