କୁକୁଡ଼ାଖଣ୍ଡି ବ୍ଲକ ପରିସରରେ ପଞ୍ଚାୟତ ଜନପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ କରୋନା ସଚେତନତା ବୈଠକ

0
275

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା ):ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ଶୁକ୍ରବାର ଦିନ କୁକୁଡ଼ାଖଣ୍ଡି ବ୍ଲକ ପରିସରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ ନେଇ କୁକୁଡ଼ାଖଣ୍ଡି ବ୍ଲକ ଅଞ୍ଚଳରେ କରୋନା ସଂକ୍ରମଣର ପ୍ରତିରୋଧ ସକାଶେ ସଚେତନତା ସୃଷ୍ଟି କରିବାକୁ ଏହି ବୈଠକ ଆୟୋଜନ କରାଯାଇଥିଲା । ବ୍ଳକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ତତ୍ବାବଧାନରେ ଆୟୋଜିତ ବୈଠକ ରେ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଉଦବୋଧନ ଦେଇ ଏହି ବିଶ୍ଵ ମହାମାରୀର ଦ୍ଵିତୀୟ ଲହରୀ ପ୍ରଭାବ ବିସ୍ତାର ପୂର୍ବରୁ ଲୋକଙ୍କୁ ସଚେତନ କରାଇ ଆମେ ମୁକାବିଲା କରିବାରେ ସକ୍ଷମ ହୋଇପାରିବା।ବର୍ତମାନ ଏହି ଜିଲ୍ଲାର ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ଏବେ ଠାରୁ ସମସ୍ତ ଜନସାଧାରଣ, ଲୋକପ୍ରତିନିଧି ଆଉ ପ୍ରଶାସନର ସହଯୋଗରେ ଆମେ ପୂର୍ବଥର ଭଳି ଏଥର ମଧ୍ୟ ସଫଳତାର ସହ ମୁକାବିଲା କରି ପାରିବା।ଏଥିପାଇଁ ପ୍ରତ୍ୟେକ ଗ୍ରାମବାସୀ ମାସ୍କ ପରିଧାନ କରି ସାମାଜିକ ଦୂରତା ରଖିବାକୁ ଗୁରୁତ୍ୱାରୋପ କରିଛନ୍ତି।ବର୍ତମାନ ସଚେତନତାର ଅଭାବ ଯୋଗୁଁ ପଶ୍ଚିମ ବଙ୍ଗ, ମହାରାଷ୍ଟ୍ର,ଦିଲ୍ଲୀ ପ୍ରଭୃତି ରାଜ୍ୟରେ କରୋନା ଆକ୍ରାନ୍ତରେ ବହୁ ଅମୁଲ୍ୟ ଜୀବନ ଚାଲି ଯାଉଥିବା ବେଳେ ଆମ ରାଜ୍ୟରେ ନିୟନ୍ତ୍ରଣାଧୀନ ଥିବା ପଛରେ ଆମ ସମସ୍ତଙ୍କ ସହଯୋଗ ଏବଂ ସମୋୟୋଚିତ ଆଗୁଆ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ସମ୍ଭବ ହୋଇଥିବା ନେଇ କିଛିଟା ଆଶ୍ବସ୍ତ ପ୍ରକାଶ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଜରୁରୀ ପରିସ୍ଥିତିରେ କେବଳ ଘରୁ ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧି ବାହାରିବେ ଏବଂ ଯେଉଁମାନେ ପ୍ରଶାସନର ଅନୁଶାସନକୁ ବେଖାତିର କରୁଛନ୍ତି ସେମାନଙ୍କ ସମ୍ପର୍କରେ ତହସିଲଦାର, ପୋଲିସ ପ୍ରମୁଖଙ୍କୁ ଅବଗତ କରାଇବାକୁ ଉପସ୍ଥିତ ଥିବା କର୍ମଚାରୀ, ସରପଞ୍ଚ, ସମିତି ମେମ୍ବରମାନଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଥିଲେ।ଏଥିସହ ବିଭିନ୍ନ ପଞ୍ଚାୟତ ମାନଙ୍କରେ ଥିବା ମୁଖ୍ୟ ଛକ ଏବଂ ବଜାର ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।ଆୟୋଜିତ ଏହି ବୈଠକରେ ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ର,ଡେପୁଟି କଲେକ୍ଟର ଇପିସିତା ପ୍ରିୟଦର୍ଶନୀ ମିଶ୍ର,ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ସମେତ ସମସ୍ତ ସରପଞ୍ଚ,ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଏବଂ ବ୍ଲକର ବିଭିନ୍ନ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here