ଲୋଚାପଡା,ନିମଖଣ୍ଡି ବ୍ୟବସାୟୀ ସଂଘର ଦୋକାନ ବଜାର ବନ୍ଦ ନିଷ୍ପତ୍ତିକୁ ବିଡିଓ ଙ୍କ ସ୍ୱାଗତ

0
346

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଲୋଚାପଡା ଓ ନିମଖଣ୍ଡି ବ୍ୟବସାୟୀ ସଂଘ ତରଫରୁ ଶୁକ୍ରବାର ଦିନ କୁକୁଡ଼ାଖଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଗଦାଧର ପାତ୍ରଙ୍କୁ ସାକ୍ଷାତ କରି ବ୍ୟବସାୟୀ ମାନେ ତାଙ୍କ ତରଫରୁ ସ୍ବତ ପ୍ରବୃତ୍ତ ଭାବରେ ବଜାର ବନ୍ଦ ରଖିବା ପାଇଁ ଏକ ପତ୍ର ଜରିଆରେ ଜଣେଇଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଲୋଚାପଡା ସରପଞ୍ଚ ମିନତୀ ବେହେରାଙ୍କର ତତ୍ୱବାଧାନର ବ୍ୟବସାୟୀ ସଙ୍ଘର କର୍ମକର୍ତା ଆସି ଏକ ଲିଖିତ ଆକାରରେ ଦୋକାନ ବଜାରର ସବୁ ସାମୟିକ ଭାବରେ ଦିନ ୨ଟା ପର ଠାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜଣେଇଛନ୍ତି। ତେବେ ବ୍ୟବସାୟୀ ମାନେ ଏଭଳି ନିଜେ ଏତେ ଯତ୍ନବାନ ହୋଇ ସାଧାରଣ ଲୋକଙ୍କ ପାଇଁ ବ୍ୟବବସାୟୀକ ମନୋବୃତି ଠୁ ଦୁରେଇ ରହି ଏଭଳି ପଦକ୍ଷେପ ନେଇଥିବା ଯୋଗୁଁ ବିଡିଓ ଶ୍ରୀ ପାତ୍ର ବ୍ୟବସାୟୀ ମାନଙ୍କୁ ସାଧୁବାଦ ଜଣେଇଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କ ପଞ୍ଚ ସୁତ୍ରୀ ନିୟମକୁ କଡା କଡୀ ପାଳନ ପାଇଁ ଶ୍ରୀ ପାତ୍ର ବ୍ୟବସାୟୀ ମାନଙ୍କୁ ସଚେତନ କରାଇଥିଲେ। ନିଜେ ମାସ୍କ ପିନ୍ଧି ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ମାସ୍କ ପିନ୍ଦିବା ପାଇଁ ସନ୍ଦେଶ ଦେଇଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here