ନକଲି ଘିଅ ଓ ତେଲ କାରଖାନା ଚଢଉ ମାମଲାରେ ବାପ-ପୁଅ ଗିରଫ

0
442

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ମଙ୍ଗଳବାର ସନ୍ଧ୍ୟାରେ ଭଞ୍ଜନଗର ପୁଲିସ ଲଣ୍ଡେଇସାହି କଲେଜ ରୋଡ଼ସ୍ଥିତ ଏସବିଆଇ ଏଟିମ ନିକଟରେ ଏକ ନକଲି ଘିଅ ଓ ତେଲ ପ୍ରସ୍ତୁତ କାରଖାନା ଉପରେ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢଉ କରିଥିଲା। ସେଠାରୁ ଲକ୍ଷାଧିକ ଟଙ୍କାର ନକଲି ଘିଅ,ନଡିଆ ତେଲ ଓ ରାଶି ତେଲ ଜବତ ହୋଇଥିଲା। ପୋଲିସ ନକଲି ଘିଅ ଓ ତେଲ ଅପମିଶ୍ରଣ ମାମଲାରେ ଜଡିତ ଗୋଦାମ ମାଲିକ କେ.ତିରୁମାଲା ରାଓ ଏବଂ ତାଙ୍କ ବାପା କେ.କବୀର ରାଓ ଗିରଫଙ୍କୁ କରି କେସ ନମ୍ବର ୧୭୩/୨୧ ରେ ମାମଲା ରୁଜୁ କରି ଗୁରୁବାର କୋର୍ଟ ଚାଲାଣ କରିଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here