ଗଞ୍ଜେଇ ସହ କାର ଜବତ, ଆସାମୀ ଫେରାର

0
460

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ଜରଉ ଛକ ନିକଟରେ ଥିବା ଟୁଲ ଗେଟ ଠାରେ ଏକ ଗଞ୍ଜେଇ ଭର୍ତ୍ତି କାର କୁ ଜବତ କରିଛି ସୋରଡା ପୁଲିସ। ଘଟଣା ସ୍ଥଳରୁ ଆସାମୀ ଫେରାର ଥିବା ବେଳେ ଜବତ କାର ରେ 42 କେଜି ଗଞ୍ଜେଇ ଥିବା ସୂଚନା ଦେଇଛି ପୋଲିସ।ସୂଚନା ମୁତାବକ ଆଜି ସକାଳୁ ସୋରଡ଼ା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ପଟୁ ଆସୁଥିବା ଏକ ସେଣ୍ଟ୍ରୋ କାର ପୋଲିସକୁ ଦେଖି ଅଟକି ଯାଇଥିଲା।ଡ୍ରାଇଭର ପୋଲିସ କୁ ଦେଖି ଗାଡ଼ି କୁ ଛାଡି ଜଙ୍ଗଲ ଆଡକୁ ଦୋୖଡ଼ି ପଳାଇଥିଲା। ନିକଟକୁ ଯାଇ ଦେଖିଲା ବେଳକୁ ଗାଡ଼ିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ।ବାଲିଗୁଡା ରୁ ଭୁବନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପୋଲିସ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here