ଜାଲ ସାର୍ଟିଫିକେଟ ରେ ଚାକିରି କରି ଶିକ୍ଷକ ଗିରଫ ।

0
1606

କୋଷାଗୁମୁଡା (ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ଜାଲ ସାର୍ଟିଫିକେଟ ରେ ଚାକିରିକରି ଜଣେ ଶିକ୍ଷାସହକାୟ କୁ କୋଡ଼ିଙ୍ଗା ପୁଲିସ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବନସର ଗ୍ରାମର ଶ୍ରୀକାନ୍ତ ଦଳେଇ (୪୫) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାକଟିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୧୦/୧୨/୨୦୧୩ ମସିହାରେ ଶିକ୍ଷାସହକାୟ ଭାବେ ନିଯୁକ୍ତି ପାଇ ୧୭/୧୨/୨୦୧୩ ରୁ ଶିକ୍ଷକତା କାର୍ଯ୍ୟ ଆରମ୍ଭ କରିଥିଲେ । ଗତ ୨୦୧୮ ମସିହାରେ ରାଜ୍ୟ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଶ୍ରୀକାନ୍ତ ଦଳେଇ ଏଲ. ଏନ. ମିଥିଲା ୟୁନିଭରସିଟି ବିହାର ରୁ ଜାଲ ସାର୍ଟିଫିକେଟ ଆଣି ଶିକ୍ଷାସହକାୟ ରେ ଚାକିରୀ କରୁଥିଲେ , ତାଙ୍କ ସାର୍ଟିଫିକେଟ ଜାଲ ବୋଲି ଜଣାପଡିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ତତ୍କାଳୀନ କୋଷାଗୁମୁଡା ବ୍ଲକ ଶିକ୍ଷା ଅଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ କୋଡ଼ିଙ୍ଗା ଥାନାରେ ଗତ ୦୭/୦୩/୨୦୨୦ ମସିହାରେ ଏତଲା ଦେଇଥିଲେ । ବିଇଓ ଙ୍କ ଏତଲାକୁ ଗ୍ରହଣକରି କୋଡ଼ିଙ୍ଗା ଥାନାରେ କେସ ନମ୍ବର ୩୦ ପ୍ରକାରେ ଦଫା ୪୨୦,୪୬୮,୪୭୧ IPC ଧାରାରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ଶିକ୍ଷକ ଶ୍ରୀକାନ୍ତ ଦଳେଇଙ୍କୁ ତାଙ୍କ ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି । ପ୍ରକାଶ ଥାଉକି ଗତ କିଛି ବର୍ଷ ତଳେ ଜଣକ ନାମେ ଉକ୍ତ ଶିକ୍ଷକ ଜଣକ ନବରଙ୍ଗପୁର ଠାରେ OTET ପରୀକ୍ଷା ଦେଉଥିବା ସମୟରେ ଧରାପଡି ଜେଲ ଯାଇଥିଲେ।

LEAVE A REPLY

Please enter your comment!
Please enter your name here