ଜଗନ୍ନାଥ ପ୍ରସାଦ ଥାନା ଇଲାକାରେ ବିପୁଳ ପରିମାଣର ବାଣ ଜବତ

0
652

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) କୋରନା ମହାମାରୀ ପାଇ ଚଳିତ ବର୍ଷ ଦୀପାବଳି ରେ ବାଣ ପୁଟାଇବା ଓ ବିକ୍ରି ଉପରେ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ରୋକ ଲଗାଇଥିବା ବେଳେ ଗଂଜାମ ଏସପି ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ବେଆଇନ ବାଣ ବିକ୍ରି ଉପରେ ଚଢ଼ାଉ ଜାରି ରହିଛି । ସେହିପରି ଆଜି ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଇଲାକାରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିଭିନ୍ନ କିସମ ରେ ବାଣ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପଖାପାଖି 2 ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଜଗନ୍ନାଥ ପ୍ରସାଦ ପୋଲିସ ସୂତ୍ରରୁ ପ୍ରକାଶ। ବେଆଇନ ବାଣ ବିକ୍ରି ଅଭିଯୋଗ ରେ ପୋଲିସ ଏ ନେଇ 5 ଜଣ ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here