ଚାକିରୀ ଯୋଗାଇଦେବାକୁ କହି ଦେଢ଼ ଲକ୍ଷ ଟଙ୍କା ଠକେଇ, ଆସାମୀ ଗିରଫ

0
321

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଜଣେ ମହିଳାଙ୍କୁ ରେଳ ବିଭାଗରେ ସରକାରୀ ଚାକିରୀ କରାଇଦେବାକୁ କହି, ମହିଳା ଜଣଙ୍କ ଠାରୁ ଏକ ଲକ୍ଷ ପଚାଶ ହଜାର ଟଙ୍କା ନେଇ ଠକିଥିବା ଅଭିଯୋଗରେ ସେରଗଡ଼ ଥାନା ଅନ୍ତର୍ଗତ ଅଣ୍ଡିରାସିଂହ ଗ୍ରାମର ସ୍ୱର୍ଗତ ଆନନ୍ଦ ମଲ୍ଲିକଙ୍କ ପୁଅ ମୋହନ ମଲ୍ଲିକ (୪୭) ଦିଗପହଣ୍ଡି ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି। ଅଭିଯୋଗରୁ ଜଣା ପଡିଛି ଯେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୁସୁନ୍ଦ ଗ୍ରାମର ଟୁକୁନା ଦାସଙ୍କ ଧର୍ମପତ୍ନୀ ରୁବି ଦାସଙ୍କ ଠାରୁ ୨୦୨୦ ଜାନୁଆରୀ ୧୦ ତାରିଖ ଦିନ ରେଳ ବିଭାଗରେ ସରକାରୀ ଚାକିରୀ କରାଇ ଦେବାକୁ କହି ମୋହନ ମଲ୍ଲିକ ୧,୫୦,୦୦୦/- ଟଙ୍କା ନେଇଥିଲେ। ମାତ୍ର ରେଳବିଭାଗରେ ରୁବି ଦାସଙ୍କୁ ଚାକିରୀ ମିଳିଲା ନାହିଁ। ଯାହା ଫଳରେ ରୁବି ଦାସ ମୋହନ ମଲ୍ଲିକଙ୍କୁ ଟଙ୍କା ଫେରାଇ ଦେବାକୁ କହିଥିଲେ। ବାରମ୍ବାର ଟଙ୍କା ମାଗିବା ପରେ ମୋହନ ମଲ୍ଲିକ ରୁବି ଦାସଙ୍କୁ ଏକ ଚେକ ପ୍ରଦାନ କରିଥିଲେ। ମାତ୍ର ମୋହନଙ୍କ ଜମା ଖାତାରେ ଟଙ୍କା ନଥିବା ଯୋଗୁଁ ଚେକଟି ବାଉନସଡ଼ ହୋଇଯାଇଥିଲା। ୨୦୨୧ ଏପ୍ରିଲ ୨୫ ତାରିଖ ଦିନ ରୁବି ଦାସ ଏନେଇ ଏକ ଏତଲା ଦେବା ପରେ ଦିଗପହଣ୍ଡି ଥାନା କେଶ ନଂ ୯୬/୨୧ ପ୍ରକାରେ ଏକ ମାମଲା ପଞ୍ଜୀକୃତ ହେବା ସହ ଠକେଇ ଅଭିଯୋଗରେ ମୋହନ ମଲ୍ଲିକଙ୍କୁ ଗିରଫ କରାଯାଇ ଏପ୍ରିଲ ୨୬ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଛି।

ରିପୋର୍ଟ :ପ୍ରଣୟ ପଣ୍ଡା

LEAVE A REPLY

Please enter your comment!
Please enter your name here