ବଡ଼ ଡକାୟତି ଯୋଜନାକୁ ପଣ୍ଡ କଲା କୋଦଳା ପୋଲିସ

0
197

କୋଦଳା :ଗତ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ଚାଲିଥିବା ବେଳେ ଯୋଜନାକୁ ପଣ୍ଡ କରିବାରେ ସକ୍ଷମ ହୋଇଛି କୋଦଳା ପୋଲିସ। ଗଞ୍ଜାମ ଜିଲ୍ଲା କୋଦଳା ଦଣ୍ଡିଶ୍ୱର ମନ୍ଦିର ପଛପଟେ ଥିବା ମଶାଣି ପଡିଆରେ କିଛି ଡକାୟତି ଗ୍ଯାଗଂ ମିଳିତଭାବେ ଡକାୟତି ପାଇଁ ଯୋଜନା କରୁଥିଲେ। ତେବେ ଡକାୟତି ପୂର୍ବରୁ କୋଦଳା ପୋଲିସ ୫ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ଏମାନଙ୍କ ଠାରୁ, ବୋମା, ପିସ୍ତଲ, ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଥିବା ବେଳେ ଏମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ମାନେ ହେଲେ କୋଦଳାର ବିକ୍ରମ ସାହୁ ଯାହାକଂ ନାମରେ ପୂର୍ବରୁ କୋଦଳା ଥାନାରେ ୬ ଟି ଓ ପୋଲସରା ଥାନାରେ ୩ ଟି ମାମଲା ରହିଥିବା ଜଣାପଡ଼ିଛି। ସେହିପରି ପୋଲସରା ପାଟଣା ପଦର ସାହିର ଜଜ୍ଞ ପ୍ରଧାନକଂ ନାମରେ ପୋଲସରା ଥାନାରେ ୬ ଟି ମାମଲା ଥିବା ବେଳେ ପାତ୍ରପୁର ଓ ହିଞ୍ଜିଳିରେ ଗୋଟିଏ ଲେଖାଏଁ ମାମାଲା ଥିବା ସୂଚନା ମିଳିଛି। ଜେ ଛଚିନାର ଉତ୍ତମ ବିଶ୍ବାଳଙ୍କ ନାମରେ କୋଦଳା ଓ ପୋଲସରା ଥାନାରେ ୨ଟି ଲେଖାଏଁ ମାମଲା ଥିବା ବେଳେ ରେଗିଂଡିପଲୀର ନାରାୟଣ ପ୍ରଧାନକଂ ନାମରେ କୋଦଳା ଥାନାରେ ଗୋଟିଏ ଓ କୋଦଳା ପାଣ୍ଡି ସାହିର ବବୁଲ୍ ଗୌଡ଼କଂ ନାମରେ କୋଦଳା ଥାନାରେ ଗୋଟିଏ ମାମଲା ଥିବା ପୋଲିସ ସୂତ୍ରରୁ ଜଣାପଡିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ଠାରୁ ୩ ଟି ମୋଟର ସାଇକେଲ, ମୋବାଇଲ, ଲୁଟ୍ ପାଇଁ ବ୍ଯବହୃତ ସାମଗ୍ରୀ, ଲକାଂ ଗୁଣ୍ଡ, ମଦ ଓ ସିଗାରେଟ୍ ମଧ୍ୟ ଜବତ କରିଛି ପୋଲିସ। ଡକାୟତି ଯୋଜନା ଚାଲିଥିବା ନେଇ କୌଣସି ସୂତ୍ରରୁ କୋଦଳା ପୋଲିସ ଖବର ପାଇଥିବା ବେଳେ ତୁରନ୍ତ ପୋଲିସ ଟିମ ପହଞ୍ଚି ଏମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ।

LEAVE A REPLY

Please enter your comment!
Please enter your name here