ଦୁଇଟି ବାଣ ଗୋଦାମ ଉପରେ ପୁଲିସର ଚଢାଉ ; ଲକ୍ଷାଧିକ ଟଙ୍କାର ବାଣ ଜବତ ୨ ଗିରଫ

0
394

ଭଞ୍ଜନଗର / ଗାଙ୍ଗପୁର(ନିଲୁ ବିଶୋଇ) କରୋନା ମହାମାରୀ ସ୍ଥିତିରେ ସୁଧାର ଆସି ନଥିବାରୁ ରାଜ୍ୟ ସରକାର ବାଣ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଧ କରିବା ସହ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । କିନ୍ତୁ ତଥାପି ବିଭିନ୍ନ ଗ୍ରାମରେ ବାଣ ଲୁଚା ଚୋରାରେ ବିକ୍ରି ହେଉଥିବା ପୁଲିସର ଖବର ହସ୍ତଗତ ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବାଣ ଗଚ୍ଛିତ ଥିବା କୌଣସି ସୂତ୍ରରୁ ଖବର ପାଇ ସୋମବାର ରାତ୍ରରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ କ୍ଷତ୍ରୀୟବରପୁରସ୍ଥିତ ଏକ ବାଣ ଗୋଦାମ ଉପରେ ଚଢ଼ାଉ କରି ସେଠାରେ ଗଚ୍ଛିତ ଥିବା ବିଭିନ୍ନ କିସମର ପ୍ରାୟ ୩୦୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ବାଣ ଜବତ କରାଯାଇଛି। ସେହିପରି ଉକ୍ତ ଥାନା ଇଲାକର ଗୋବରା ନିକଟସ୍ଥ ବିଂଚଣା ଗ୍ରାମର ଜଣେ ବ୍ୟକ୍ତି ଙ୍କ ଘର ଉପରେ ପୋଲିସ ଚଢାଉ କରି ପ୍ରାୟ ୭୦୦୦୦ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ କିସମର ବାଣ ଜବତ କରି ଜଣଙ୍କୁ ଗିରଫ କରିଛି। ଏ ନେଇ ଗାଙ୍ଗପୁର ଥାନା ରେ ୩୨୨/୨୦ ,୩୨୩/୨୦ ରେ ଦୁଇଟି ମାମଲା ରୁଜୁ କରାଯାଇ ୨ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here