ପୁରୁଷୋତ୍ତମପୁର ପୋଲିସ ଦ୍ୱାରା ଜୁଆ ଆଡ୍ଡାରେ ଚଢ଼ାଉ,୧୨ ଗିରଫ

0
611

ପୁରୁଷୋତ୍ତମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣି ନିକଟରେ ଏକ ଜୁଆଆଡା ଉପରେ ଚଢାଉ କରାଯାଇ ୧୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧ଲକ୍ଷ ୪୨ହଜାର୮ଶହ ଟଙ୍କା, ୧୪ ଗୋଟି ମୋବାଇଲ୍, ୬ ଗୋଟି ମୋଟର ସାଇକେଲ ତାସ୍ ଜବତ କରାଯାଇଛି । ପୁରୁଷୋତ୍ତମପୁର ଥାନା ଅଧିକାରୀ ଶ୍ରୀ ଜଗନ୍ନାଥ ମଲ୍ଲିକଙ୍କ ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ମାନେ ହେଲେ ବ୍ରହ୍ମପୁରର ଦୀନବନ୍ଧୁ ପାତ୍ର, ସତ୍ୟନାରାୟଣ ଭୂୟାଁ, ଜଗା ପ୍ରଧାନ, ଶ୍ରୀଧର ସାହୁ, ଛତ୍ରପୁରର ମନୋରଞ୍ଜନ ବେହେରା, ନିରଞ୍ଜନ ପଟ୍ଟନାୟକ, ଗୋପାଳପୁର ର କୈଳାଶ ଚନ୍ଦ୍ର ରେଡି, କରାପଲ୍ଲୀର ଏସ୍ ଚନ୍ଦ୍ର ରେଡି, କୁକୁଡାଖଣ୍ଡିର ଇ ସତ୍ୟ ଦୋରା, ରଘୁନାଥପୁରର ଅଞ୍ଜନ ମହାରଣା, ଝାଡଆଙ୍କୁଲିର ବାବୁ ସାହୁ, ବିଜିପୁରର ଅଶୋକ କୁମାର ସେଠୀ । ଏହାକୁ ଭିତି କରି କେସ୍ ନଂ (୧୮୫/୧୯) ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here