ବେଗୁନିଆପଡ଼ାରେ “ଆଞ୍ଚଳିକ ସାମ୍ବାଦିକ ସଂଘ” ଗଠିତ ;ସଭାପତି ପବିତ୍ର ସମ୍ପାଦକ ଗୌତମବୁଦ୍ଧ

0
513

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ଆଞ୍ଚଳିକ ସାମ୍ବାଦିକ ସଂଘ ଗଠିତ ହୋଇଛି । ଗଞ୍ଜାମର ସର୍ଵପୁରାତନ ଐତିହାସିକ ପଙ୍କାଳ ଗଡ଼ଦୁର୍ଗର ଅଧିଷ୍ଠାତ୍ରୀ ଦେବୀ ମା’ ବଡ଼ରାଉଳଙ୍କ ପବିତ୍ର ପୀଠ ପରିସରରେ ଏହି ଆଞ୍ଚଳିକ ସାମ୍ବାଦିକ ସଂଘ ଗଠିତ ହୋଇଛି । ଏହି ଅବସରରେ ସାମ୍ବାଦିକ ଭାଇମାନଙ୍କ ସାମ୍ପ୍ରତିକ ସ୍ଥିତି ତଥା ସ୍ୱାଭିମାନ ଏବଂ ନିଜସ୍ୱ ସାଂଗଠନିକ ସୌହାର୍ଦ୍ଦ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂଘର ଉଦେଶ୍ୟ ହେଉଛି ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ।
ଏଥିରେ ପବିତ୍ର କୁମାର ରାଉତଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଗୌତମବୁଦ୍ଧ ମହାପାତ୍ରଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ସେହିପରି ଉପସଭାପତି ଭାବେ ଆମର ସାହୁ ଓ ଭଗବାନ ପାଢୀଙ୍କୁ ମନୋନୀତ କରାଯାଇଥିବା ବେଳେ ସହ ସମ୍ପାଦକ ଭାବେ ଭାବେ ଗଣେଶ ଡାକୁଆ ଓ କ୍ଷୀରୋଦ ବେହେରାଙ୍କୁ ସିଲୁ ବିଶ୍ୱାଳଂକୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ସଂଘର ସାଙ୍ଗଠନିକ ସଂଯୋଜକ ଦାୟିତ୍ୱରେ ରହିଛନ୍ତି ଟୁକୁନା ପ୍ରଧାନ, ଅତ୍ରି ପଟ୍ଟନାୟକ, ପ୍ରଦୀପ୍ତ ସାହୁ, ପୀତବାସ ଦାସ ଓ ଏସ ରାଜୁ ପାତ୍ର । ଏହି ସଂଗଠନରେ ସାର୍ଵ ସନ୍ନମତି କ୍ରମେ ଦେବହରୀ ବେହେରାଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି । ଏହି ଅବସରରେ ଅଂଚଳର ଅନ୍ୟ ସାମ୍ବାଦିକ ଉପସ୍ଥିତ ଥିଲେ ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here