ବେଆଇନ ଦେଶୀମଦ ସହ ଏକ ଡାଲା ଅଟୋ ଜବତ, ଦୁଇ ଜଣଙ୍କୁ ଗୀରଫ କଲା ଭେଜିପୁଟ ଫାଣ୍ତି ପୋଲିସ

0
405

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ମହାମାରୀ କରୋନା ଯୋଗୁଁ ରାଜ୍ୟରେ ଲକଡାଉନ୍ ଓ ସଟଡାଉନ୍ ଚାଲିଥିବା ବେଳେ ନିତ୍ୟାବସକ ସାମଗ୍ରୀ ଓ ଔଷଧ ଦୋକାନ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ବ୍ୟବସାୟ ପ୍ରାୟତଃ ଜିଲ୍ଲାରେ ବନ୍ଦ ରହିଛି। ଏହାର ସୁଯୋଗ ନେଇ ବେଆଇନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅଞ୍ଚଳରେ କିଛି ଚୋରା ମଦ ବ୍ୟବସାୟୀ ସକ୍ରିୟ ହେବାରେ ଲାଗିଛନ୍ତି । ଆଜି ଭୋର ୫ଘଟିକା ସମୟରେ ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କନେଷ୍ଠବଳ ଆନନ୍ଦ ସେଠୀ, ମନମୋହନ ରଣବିଜୁଳିଙ୍କ ସହ ଯୋଗରେ ପେଟ୍ରୋଲିଂ କରୁଥିବା ବେଳେ ବେଆଇନ ମଦ ନେଇ ଯାଉଥିବା ଏକ ଡାଲା ଅଟୋ ଜବତ କରିବା ସହ ୧୫୦ ଲିଟର ଦେଶୀମଦକୁ ନାରାୟଣୀ ଛକ ନିକଟରେ ଜବତ କରିଥିଲେ । ଏଥିରେ ସଂପୃକ୍ତ ଥିବା ଦୁଇ ଜଣ ଲଙ୍ଗଳେଶ୍ବର ଗ୍ରାମର ଅଟୋ ଡ୍ରାଇଭର ବିଦ୍ୟାଧର ବେହେରା ଓ ପଥରା ଗ୍ରାମର ସୁକେଶ ବୈଦ୍ୟଙ୍କୁ ଗୀରଫ କରିବା ସହ କେସ ନମ୍ବର ୩୪୯/୨୦ ଆଧାରରେ କୋର୍ଟ ଚାଲାଣ କରାଯାଇଥିବା ଫାଣ୍ତି ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here