ଗଞ୍ଜେଇ ଜବତ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର

0
265

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଜିଲ୍ଲା ମୋହନା ପୁଲିସ ଲୁହାଗୁଡି ଛକରୁ ଏକ କାରରୁ ୪୭ କେଜି ଗଞ୍ଜେଇ ଜବତ କରିଛି ।( କାର ନଂମ୍ବର OR074 7766) ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଗତ ଦୁଇଦିନ ହେଲା ଏକ ଅଜଣା କାର ଟି ଲୁହାଗୁଡି ନିକଟସ୍ଥ ରାଜପୁତ ଢାବା ଛକରେ ରଖିଯାଇଥିବା ଦେଖି ମୋହନା ପୁଲିସ ସନ୍ଦେହ କରି୨୪ ଘଣ୍ଟା ପରେ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ମୋହନା ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ କାରକୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ କାରଡିକିରୁ ୨ବସ୍ତା ଗଞ୍ଜେଇ ଜବତ କରାଯାଇଛି । ଏହା ଅନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ । ସ୍ଥାନୀୟ ପୁଲିସ ଏନେଇ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛନ୍ତି ।

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here