ଓଏସଆରଟିସି ଓ ଭଞ୍ଜନଗର ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଚାଲିଗଲା ଆଦିତ୍ୟ ଙ୍କ ଜୀବନ ;ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ସହପାଠୀ

0
263

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଗତ ବୁଧବାର ବେଲଗୁଣ୍ଠା ଥାନା ଅଧୀନ ଧୂମୁଛାଇ ଛକ ନିକଟରେ ଓଏସଆରଟିସି ବସ ଚଳନ୍ତା ବସ ଡିକି କବାଟ ଖୋଲି ଯିବାରୁ ବାଣତୁମ୍ବ୍ ଗ୍ରାମର ବଲଭ୍ ପଣ୍ଡାଙ୍କ ଏକମାତ୍ର ପୁଅ ତଥା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଛାତ୍ର ଆଦିତ୍ୟ ପଣ୍ଡା(୧୭) ର ମୃତ୍ୟୁ ହୋଇଥିଲା। ହେଲେ ଆଦିତ୍ୟ ଙ୍କ ମୃତ୍ୟୁ ପାଇଁ ଓଏସଆରଟିସି ଓ ଭଞ୍ଜନଗର ମେଡ଼ିକାଲ କତ୍ତୃପକ୍ଷ ଙ୍କ ଅବହେଳାକୁ ସହପାଠୀ ମାନେ ଦାୟୀ କରିଛନ୍ତି। ଆଉ ଏ ସଂକ୍ରାନ୍ତରେ ସେମାନେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ଦୁର୍ଷ୍ଟି ଆକର୍ଷଣ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ସରକାରୀ ବସଟି ଦ୍ରୁତ ଗତିରେ ଯିବା ସହ ଟ୍ରାଫିକ ନିୟମ ମାନିନଥିଲା ଏଥି ସହିତ ବସ କର୍ମଚାରୀ ଙ୍କ ବେପରୁଆ ମନୋଭାବ ଯୋଗୁଁ ଚଳନ୍ତା ପାର୍ଶ୍ଵରେ ଥିବା ଡିକି ଆପେ ଆପେ ନୂଆଗାଁ ବ୍ରିଜ ନିକଟ ଧୁମୁଛାଇ ଠାରେ ଖୋଲି ହୋଇଯାଇଥିଲା ଫଳରେ ସେହି ସମୟରେ ଟିୟୁସନ ଯାଉଥିବା ଆଦିତ୍ୟ ଏହାର ଧକ୍କାରେ ଗୁରୁତର ହୋଇଥିଲେ। ତୁରନ୍ତ ଆଦିତ୍ୟ କୁ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କର ଚିକିତ୍ସା ନକରି ସିଧାସଳଖ ବ୍ରହ୍ମପୁର ରେଫର କରିଥିଲେ। ଉପଖଣ୍ଡ ଚିକିତ୍ସାଲୟ ହୋଇଥିଲେ ସୁଦ୍ଧା ତାଙ୍କୁ ମେଡ଼ିକାଲ କତ୍ତୃପକ୍ଷ କୌଣସି ଚିକିତ୍ସା କରି ନଥିଲେ। ସାଲାଇଂନ ଆଉ ଇଂଜେକସନ ଦେବାରେ ବିଳମ୍ବ ଯୋଗୁଁ ଶେଷରେ ଆଦିତ୍ୟ ଛଟପଟ ହୋଇ ପ୍ରାଣ ହରାଇଥିଲେ। ତୁରନ୍ତ ମେଡ଼ିକାଲ ବ୍ୟବସ୍ଥା ସୁଧାର ଆଣିବା ସହ ବସ କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇନଜୀବୀ ଖରାଅଂଶୁ ଶେଖର ଦାସ,ରଞ୍ଜିତ ପ୍ରଧାନ,ଶିବ ଶଙ୍କର ପ୍ରଧାନ, ସହପାଠୀ ବିଘ୍ନେଶ୍ ସାହୁ ,ବିଶ୍ୱଜିତ ନାୟକ, ଉପେନ୍ଦ୍ର ପ୍ରଧାନ,ରାଧା ମାଧବ ପ୍ରଧାନ ଙ୍କ ସମେତ ବହୁ ସହପାଠୀ ଉପଜିଲ୍ଲାପାଳ ଙ୍କ ଦୁର୍ଷ୍ଟି ଆକର୍ଷଣ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here