ଭଞ୍ଜନଗରରେ କୋଭିଡ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

0
319

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗଞ୍ଜାମ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ପାଲିଟିଛି । କିପରି କୋଭିଡ ର ଦ୍ୱିତୀୟ ଲହରୀ ବ୍ୟାପିବାରେ ରୋକ ଲାଗିବ ସେଥି ନିମନ୍ତେ ବିଭିନ୍ନ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର, ପଞ୍ଚସୂତ୍ର ନିୟମ କଠୋର ଭାବେ ପାଳନ, ଜନଗହଳି ସ୍ଥାନ ପ୍ରତି ବିଶେଷ ନଜର ରଖିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାଛଡା ମାସ୍କ ଚେକିଂ କୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି । ଭଞ୍ଜନଗର ଏନଏସି ଅଞ୍ଚଳରେ ସ୍ୱଚ୍ଛତା କୁ ଗୁରୁତ୍ୱ ଦେବାକୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ପରେ ଜିଲ୍ଲାପାଳ ୟୁବି ହାଇସ୍କୁଲ ରେ ଥିବା ଡିସିସି ଏବଂ ଉପଖଣ୍ଡ ଡାକ୍ତରଖାନା ରେ ଥିବା କୋଭିଡ ଆଇସଲେସନ ସେଣ୍ଟର ବୁଲି ଦେଖିଥିଲେ। ଡିସିସି ସେଣ୍ଟର ଆଜି ଠାରୁ କାର୍ଯ୍ୟକ୍ଷେମ କରିବ ବୋଲି ସୂଚନା ଦିଆଯାଇଛି । ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହ କିପରି କୋଭିଡ ର ଦ୍ୱିତୀୟ ଲହରୀ କୁ ବ୍ରେକ ଲଗାଯାଇପାରିବ ସେଥିପ୍ରତି ଫୋକସରେ କାଯ୍ୟ କରିବା ସହ ଜନସାଧାରଣ ଏହି ଘଡିସନ୍ଧି ମୁହୂର୍ତ୍ତରେ ସହଯୋଗ କରି ସମସ୍ତ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼, ତହସିଲଦାର ଆଲୋକ କୁମାର ପ୍ରଧାନ, ବିଡିଓ ଅନିଲ କୁମାର ସେଠୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ମେଡିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ମିଶ୍ର, ହସ୍ପିଟାଲ ପରିଚାଳକ ବିଚିତ୍ରାନନ୍ଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here