ଦିଲ୍ଲୀକୁ ବିମାନ ଯୋଗେ ଅକ୍ସିଜେନ ଯୋଗାଇବ ଓଡିଶା

0
717

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଅଣାୟତ ହେଉଛି କରୋନା ସ୍ଥିତି । ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅକ୍ସିଜେନ ଅଭାବ ଚିନ୍ତା ବଢାଇଛି । ଏଭଳି ସ୍ଥିତିରେ ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବ ଓଡିଶା । ଏନେଇ ଓଡିଶାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।କେଜ୍ରିଓ୍ୱାଲ କହିଛନ୍ତି, ଗତ କିଛି ଦିନ ହେଲା ଦିଲ୍ଲୀରେ ଅକ୍ସିଜେନ ଅଭାବ ରହିଛି । କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ଅକ୍ସିଜେନ କୋଟା ଧାର୍ଯ୍ୟ କରିଛନ୍ତି । ଏବେ ପ୍ରତିଦିନ ଦିଲ୍ଲୀକୁ ୭୦୦ ଟନ୍ ଅକ୍ସିଜେନ ଆବଶ୍ୟକ । କିନ୍ତୁ କେନ୍ଦ୍ର ସରକାର ୩୭୮ ଟନ୍ ଧାର୍ଯ୍ୟ କରିଛନ୍ତି । ଏବେ ଏହାକୁ ୪୮୦କୁ ବୃଦ୍ଧି କରିଛନ୍ତି । ତଥାପି ଆବଶ୍ୟକତା ପୂରଣ ହେଉ ନଥିବାରୁ ଅନ୍ୟ ରାଜ୍ୟରୁ ସହାୟତା ଲୋଡ଼ିଛନ୍ତି ଦିଲ୍ଲୀ ସରକାର ।

LEAVE A REPLY

Please enter your comment!
Please enter your name here