ଖୋଲିଲା ଝରାଫୁଲ ମୃତ୍ୟୁ ରହସ୍ୟ : ୩୦ ହଜାର ଟଙ୍କା ପାଇଁ ହତ୍ୟା

0
247

ଭୁବନେଶ୍ବର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ରସହ୍ୟ ଖୋଲିଛି।ଯାଜପୁର ଏସପି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କୁ ତାଙ୍କ ପୁରୁଷ ବନ୍ଧୁ ରାକେଶ ଟଙ୍କା ନେଣଦେଣକୁ ନେଇ ଶ୍ବାସରୁଦ୍ଧ କରି ହତ୍ୟା କରିଛି।ସୂଚନାଯୋଗ୍ୟ, ରାକେଶ ବାଇକ କିଣିବା ଲାଗି ଝରାଫୁଲଙ୍କଠାରୁ ୩୦ ହଜାର ଟଙ୍କା ନେଇଥଲା। ଟଙ୍କା ଫେରାଇବା ଲାଗି ଦିନ ଗଡ଼ାଇବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା। ଟଙ୍କା ନଦେଲେ ରାକେଶର ଘରକୁ ଯାଇ କହିବ ବୋଲି ଝରାଫୁଲ ଚେତାବନୀ ଦେଇଥିଲା। ସେଥିପାଇଁ ଟଙ୍କା ଦେବା ବାହାନାରେ ଝରାଫୁଲକୁ ରାକେଶ ଡକାଇଥିଲା। ଜନ୍ମଦିନ ପାର୍ଟିକୁ ଆସିଥିବା ଝରାଫୁଲକୁ ରାକେଶ ଅଟକାଇଥିଲା। ପରେ ୨୬ ତାରିଖରେ ଝରାଫୁଲକୁ ଏକ ଓୟୋ ହୋଟେଲକୁ ନେଇଯାଇଥିଲା ରାକେଶ। ସେଠାରେ ବଳପୂର୍ବକୁ ଝରାଫୁଲକୁ ମଦ ପିଆଇଥିଲା ରାକେଶ। ମଦ ପିଇ ଚେତାଶୂନ୍ୟ ହେଲା ପରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ପରେ ଉଭୟ ସହଯୋଗୀଙ୍କୁ ଡାକି ରାକେଶ ଶବ ଫିଙ୍ଗିବା ବ୍ୟବସ୍ଥା କରିଥିଲା। ଘଟଣାରେ ରାକେଶ ସହ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି। ରିମାଣ୍ଡରେ ଆଣି ସେମାନଙ୍କୁ ଅଧିକ ପଚରାଉଚୁରା କରାଯିବ ବୋଲି ଏସପି କହିଛନ୍ତି। ଖୁବଶୀଘ୍ର ମାମଲାର ଚାର୍ଜସିଟ ପ୍ରସ୍ତୁତ କରାଯିବ।

LEAVE A REPLY

Please enter your comment!
Please enter your name here