ବ୍ରହ୍ମପୁର ଆର ପି ଏଫର ଆଉ ଏକ ପ୍ରଶଂସନୀୟ କାର୍ଯ୍ୟ

0
740

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କଟକ ଅଞ୍ଚଳର ସଞ୍ଜୟ ପୃଷ୍ଟି ନାମକ ଜଣେ ବ୍ୟକ୍ତି କରମଣ୍ଡଳ ଏକ୍ସପ୍ରେସ୍ରେ ଯୋଗେ କଟକ ଯିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଅପେକ୍ଷା କରିଥିଲେ | ସେ ୧ ନମ୍ବର ପ୍ଲାଟଫର୍ମର ପାର୍ସଲ ଲୋଡିଂ ସ୍ଥାନରେ ନିଜର ମୋବାଇଲ ଫୋନକୁ ଚାର୍ଜର ଲଗାଇଥିଲେ,କିନ୍ତୁ ରେଳଗାଡ଼ି ଆସିଯିବାରୁ ସେ ମୋବାଇଲ ଭୁଲି ରେଳଗାଡିରେ ବସି ଚାଲିଯାଇଥିଲେ | ଖବରପାଇ ବ୍ରହ୍ମପୁର ଆରପିଏଫ ଆଇଆଇସି ଶ୍ରୀ ଦିଲ୍ଲୀପ କୁମାରଙ୍କ ଆଦେଶ କ୍ରମେ ହେଡ଼ କନଷ୍ଟେବଳ ବି ଆର ମିଶ୍ର ଉକ୍ତ ସ୍ଥାନରେ ପହଞ୍ଚି ମୋବାଇଲଟି ଉଦ୍ଧାର କରିଥିଲେ ଓ ଏହାର ଆନୁମାନିକ ମୂଲ୍ୟ ୯୦୦୦ ଟଙ୍କା ହେବ | ନିରଞ୍ଜନ ପୃଷ୍ଟିଙ୍କୁ ଖବର ଦେବା ପରେ ବ୍ୟକ୍ତି ଜଣକ ନିଜ ମୋବାଇଲ ଫେରି ପାଇଥିଲେ | ମୋବାଇଲ ଫେରି ପାଇ ସେ ଆରପିଏଫ ଟିମଙ୍କୁ କୃତଜ୍ଞତା ଜଣାଇଥିଲେ |

LEAVE A REPLY

Please enter your comment!
Please enter your name here