ଜ୍ୱାଇଁର ଗୋଡ ହାଣି ଛିଣ୍ଡାଇଦେଲା ଶ୍ୱଶୁର

0
626

ବୌଦ୍ଧ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଡୁଙ୍ଗୁରିଗୁଡ଼ାରେ ଜ୍ୱାଇଁର ଗୋଡ଼ କାଟିଲା ଶ୍ୱଶୁର । ଆହତ ବ୍ୟକ୍ତି ବରପଦର ଗାଁର ସୌରଭ ଦଣ୍ଡିଆ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋନପୁର ମେଡିକାଲ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଆହତଙ୍କ ବାପା ଏ ନେଇ ଚିତ୍ରସେନ ଦଣ୍ଡିଆ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ୨ ମାସ ତଳେ ସୌରଭ ଶଶୀ ମହାଳିକଙ୍କ ଝିଅଙ୍କୁ ପ୍ରେମ ବିବାହ କରିଥିଲେ । ମାତ୍ର ଏଥିରେ ତାଙ୍କର ସମ୍ମତି ନଥିଲା । ସେମାନେ ବରପଦରରେ ରହୁଥିଲେ । ୨ଦିନ ହେବ ଝିଅ ନିଜ ଘରକୁ ଆସିଥିଲା । ଝିଅକୁ ଘରକୁ ନେବାକୁ ସୌରଭ ଆସିଥିବାବେଳେ ଶ୍ୱଶୁର ପ୍ରତିଶୋଧ ପରାୟଣ ହୋଇ ଝିଅର ବାପା ନିଜ ଜ୍ୱାଇଁ ଗୋଡ଼କୁ ଏକ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ ଚଳାଇଛି।

LEAVE A REPLY

Please enter your comment!
Please enter your name here